ଏହି କାରଣ ପାଇଁ ବନ୍ଦ ହେଲା ବାୟୋମେଟ୍ରିକ୍ ଉପସ୍ଥାନ

ନୂଆଦିଲ୍ଲୀ () କରୋନା ପାଇଁ ଏବେ ଦେଶର ସମସ୍ତ ସରକାରୀ କାର୍ୟ୍ୟାଳୟରେ ବାୟୋମେଟ୍ରିକ ଉପସ୍ଥାନ ଉପରେ ଲାଗିଲା  ରୋକ୍ । ଆସନ୍ତା ୩୧ ତାରିଖ ଯାଏଁ ସମସ୍ତ ସରକାରୀ ଅଫିସମାନଙ୍କରେ ଲାଗିଥିବା ବାୟୋମେଟ୍ରିକ ଉପସ୍ଥାନକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଏଥିସହ ଏହି ସମୟରେ କର୍ମଚାରୀ ରେଜିଷ୍ଟରରେ ସେମାନଙ୍କର ଉପସ୍ଥିତି ଚିହ୍ନଟ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି ଯେ, ମାସ୍କ ପିନ୍ଧିବାର ଆବଶ୍ୟକତା ଉପରେ ଭୟଭୀତ ହେବାର ଆବଶ୍ୟକତା ନାହିଁ। ମାସ୍କର ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ଚାର୍ଜ କରୁଥିବା ଦୋକାନୀଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । 

 

Share

Leave a Reply

Your email address will not be published. Required fields are marked *

17 − 7 =