ସୂର୍ଯ୍ୟ ଓ ସମୀରଙ୍କୁ ଦାମଙ୍କ ଜବାବ

ଭୁବନେଶ୍ବର () ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ ଆକ୍ଷେପର ପାଲଟା ଆକ୍ରମଣ କରିଛନ୍ତି ଦାମୋଦର । ସେ ସୂର୍ଯ୍ୟଙ୍କୁ ଜଣେ ପଚା ସଢା ନେତା ବୋଲି କହିଛନ୍ତି । ସୂର୍ଯ୍ୟ ପାତ୍ର ଜଣେ ଖବର କାଗଜ ହକ୍କରରୁ ଶହଶହ କୋଟି ଟଙ୍କାର ମାଲିକ କେମିତି ହେଲେ ବୋଲି ଦାମ ପ୍ରଶ୍ନ କରିଛନ୍ତି । ସୂର୍ଯ୍ୟ ବାବୁ ଅର୍ଥ ଆଉ କ୍ଷମତା ପାଇଁ ସବୁକିଛି ଦାନ କରିଦେଇପାରିବେ । ସେ ମନ୍ତ୍ରୀପଦ ପାଇଁ ପ୍ୟାରୀମୋହନ ମହାପାତ୍ରଙ୍କୁ କରିଥିବା ଦାନର ଫଟୋ ଏବେ ବି ତାଙ୍କ ପାଖରେ ଅଛି ବୋଲି ଦାମ କହିଛନ୍ତି । ସୂର୍ଯ୍ୟଙ୍କର ଭୁବନେଶ୍ବର, କଟକ ଓ ବ୍ରହ୍ମପୁରରେ ଏକାଧିକ ସ୍ଥାନରେ ଘର କେଉଁଠୁ ଆସିଲା ବୋଲି ଦାମ କହିଛନ୍ତି । ସେହିଭଳି 2012ରେ ଯେଉଁମାନେ ପ୍ୟାରୀମୋହନ ମହାପାତ୍ରଙ୍କ ହାତବାରିଶି ହୋଇ ବିଜେଡି ବିଭାଜନ କରିବାକୁ ଚକ୍ରାନ୍ତ କରିଥିଲେ ଏବେ ସେମାନେ ନବୀନ ବାବୁଙ୍କ ପରାମର୍ଶଦାତା ହୋଇଛନ୍ତି । ଯେଉଁମାନେ ନବୀନ ପଟ୍ଟନାୟକଙ୍କ ପରାମର୍ଶଦାତା ସାଜିଛନ୍ତି, ସେମାନଙ୍କ ମୁଣ୍ଡ ଉପରେ ସିବିଆଇ ଖଣ୍ଡା ଝୁଲୁଛି ।

ଦାମ ରାଉତ ମଧ୍ୟ ସମୀରଙ୍କ ଅଭିଯୋଗର ମଧ୍ୟ ଜବାବ ଦେଇଛନ୍ତି । ସେ ସମୀରଙ୍କୁ ପ୍ରଶ୍ନ କରିଛନ୍ତି 2009ରେ ନିମାପଡାରୁ ବିଜେଡି ଟିକେଟ ପାଇବାକୁ ପ୍ୟାରୀମୋହନ ମାହାପାତ୍ରଙ୍କୁ କେତେ ଟଙ୍କା ଦେଇଥିଲେ । ସମୀର ଦାସଙ୍କ ତାକତ ଥିଲେ ଲାଇସେନ୍ସ ପ୍ରଦାନରେ ଅନିୟମିତତା ହୋଇଥିବାର ପ୍ରମାଣ ଦିଅନ୍ତୁ । ଏଥିସହିତ ଦାମ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

5 + 4 =