ବିଜେପି ସହ ଭିତିରି ସାଲିସ, ମୁଖ୍ୟମନ୍ତ୍ରୀ ହେବାକୁ ଆଶା

ଭୁବନେଶ୍ବର ()  ପୂର୍ବତନ କୃଷି ମନ୍ତ୍ରୀ ଦାମୋଦର ରାଉତ ମୁଖ୍ୟମନ୍ତ୍ରୀ ହେବାକୁ ଆଖି ରଖିଛନ୍ତି । ଏଥିପାଇଁ ବିଜେପିରୁ ତାଙ୍କୁ ପ୍ରାର୍ଥୀ କରାଯିବାକୁ ମଧ୍ୟ ପ୍ରସ୍ତାବ ଆସିଛି । ଏକଥା ଆମେ କହୁନୁ । ଏକ ବୈଦୁତିକ ଗଣମାଧ୍ୟମରେ କହୁ କହୁ କହିଦେଲେ ଯେ, ତାଙ୍କୁ ବିଜେପିରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯିବାକୁ ପ୍ରସ୍ତାବ ଆସିଛି । ତାଙ୍କର ଏଇ ପଦୁଟିଏ କଥାରୁ ଗତ ତିନି ଦିନ ହେଲା ପ୍ରଶାସନିକ ଅଧିକାରୀଙ୍କୁ ଟାର୍ଗେଟ କରୁଛନ୍ତି । ଏପରିକି ଆଜି ମଧ୍ୟ ସେ ସମବାୟ ବ୍ୟାଙ୍କ ଦୁର୍ନୀତି କଥା ଉଠାଇଛନ୍ତି ।

ଦାମ ବାବୁଙ୍କ ନିଜସ୍ବ ତୁଣ୍ଡ ଉପରେ ନିୟନ୍ତ୍ରଣ ନାହିଁ । ଏକଥା କାହାକୁ ଅଛପା ନାହିଁ । ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧୀଙ୍କୁ ଦେଖିଲେ ତାଙ୍କ ତୁଣ୍ଡ ଯେମିତି ଖଲଖଲ ହୁଏ । ଗଣମାଧ୍ୟମର ବି ଦାମ ବାବୁ ହେଉଛନ୍ତି ଫେବରାଇଟ । କାରଣ, ନିଜ ବିଭାଗ ସହ ଅନ୍ୟ ଯେକୌଣସି ପ୍ରସଙ୍ଗ ହେଉ କି ବିଭାଗ ସମ୍ପର୍କରେ ସେ ନିଜର ମତ ଦିଅନ୍ତି । ଆଉ ସବୁବେଳେ ସରକାର କିମ୍ବା ପ୍ରଶାସନ ବିରୋଧରେ । ଜଣେ ବରିଷ୍ଠ ଓ ଅଭିଜ୍ଞ ମନ୍ତ୍ରୀ ଭାବେ ସେ ନିଜ ସରକାର ଓ ଦଳକୁ ଅଡୁାରେ ପକାଇବାକୁ ପଛାନ୍ତି ନାହିଁ । ସମୟେ ସମୟେ ତାଙ୍କର ଏଭଳି ମତକୁ ନିଜସ୍ବ ରାଜନୈତିକ ସ୍ବାର୍ଥ ସମ୍ବଳିତ ବୋଲି ମଧ୍ୟ କୁହାଯାଏ । ତାଙ୍କର ଏଭଳି ଦଳବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ମନ୍ତ୍ରୀପଦ ହରାଇବାକୁ ପଡିଥିଲା । ତଥାପି ନିଜ ତୁଣ୍ଡକୁ ନିୟନ୍ତ୍ରିତ କରୁନାହାଁନ୍ତି ।

ମନ୍ତ୍ରୀପଦ ଯିବା ପରେ ପାରିବାରିକ ଚାପ ଏବଂ ନିଜ ପୁଅର ରାଜନୈତିକ ଭବିଷ୍ୟତ ପାଇଁ କିଛି ଦିନ ଚୁପ ରହିଲେ । ହେଲେ ଏବେ ପୁଣି ଥରେ ମୌସୁମୀ ଅଧିବେଶନ ଆରମ୍ଭ ହେବା ପରେ ସେ ସକ୍ରିୟ ହୋଇଯାଇଛନ୍ତି । କହିଁପେ ନିଗାହେଁ, କହିଁପେ ନିଶାନେ, ଷ୍ଟାଇଲରେ ଦାମ ବାବୁ ଦୁଇ ଦିନ ଧରି ଉଦ୍ୟାନ କୃଷି ବିଭାଗର ଦୁର୍ନୀତି, ଓମଫେଡ ଦୁର୍ନୀତି ଏବଂ ଆଜି ସମବାୟ ବ୍ୟାଙ୍କରେ ଦୁର୍ନୀତି କଥା ଉଠାଉଛନ୍ତି । ତାଙ୍କର ଏଭଳି ପରିବର୍ତ୍ତିକ ରାଜନୈକି ଚରିତ୍ର କଥା ଏକ ବୈଦୁତିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ହେବାର ଆଶା କଥା ଏବଂ ଉପରୋକ୍ତ ଫଟୋ ଚିତ୍ରରୁ ସ୍ପଷ୍ଟ ଅନୁମେୟ ।

ଫଟୋରେ ଦାମ ବାବୁଙ୍କୁ ଗତକାଲି କିଛି ସୂଚନା ଅଧିକାର କର୍ମୀ ଭେଟିଥିଲ । ଏତେଦିନ ଯାଏଁ ଦାମ ବାବୁ ସୂଚନା ଅଧିକାର କର୍ମୀଙ୍କୁ ଦେଖିଲେ ଚିଡୁଥିଲେ, ଆଜି ହଠାତ ସେମାନଙ୍କ ପାଇଁ କେମିତି ଦ୍ବାର ଖୋଲିଦେଇଛନ୍ତି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଥିସହିତ ଆଉ ଗୋଟିଏ କଥା ବି ସ୍ପଷ୍ଟ ହୋଇଛି ଯେ, ଦାମ ବାବୁ ପୂରାପୂରି ବିଜେପି ଲାଇନରେ ରାଜନୀତି କରୁଛନ୍ତି । ଯେଉଁଥିପାଇଁ ସେ ବିଜେଡିରେ ଥାଇ ବିଜେଡି ସରକାରକୁ ବଦାନାମ କରିବାକୁ ଚେଷ୍ଟା କରୁଛନ୍ତି । ବିଜେଡି ଦଳର କିଛି ନେତା ଦାମବାବୁଙ୍କ ଏଭଳି ଆଚରଣ ପାଇଁ ତାଙ୍କୁ ଏବେ ଘର ଢିଙ୍କି କୁମ୍ଭିର ବୋଲି ଡାକୁଛନ୍ତି ।

Share

Leave a Reply

Your email address will not be published. Required fields are marked *

one × one =