ଓଡ଼ିଶା ସାଂସ୍କୃତିକ କେନ୍ଦ୍ର ଓ ପାଠାଗାର ସ୍ଥାପନ ପାଇଁ ଦିଲ୍ଲୀରେ ଜମି ପାଇଁ ଦାବି

ନୂଆଦିଲ୍ଲୀ ()  ନୂଆଦିଲ୍ଲୀରେ ଓଡ଼ିଶା ସାଂସ୍କୃତିକ କେନ୍ଦ୍ର ଓ ପାଠାଗାର ପ୍ରତିଷ୍ଠା ପାଇଁ ଶୀଘ୍ର ଜମି ଯୋଗାଇ ଦେବା ପାଇଁ ରାଜ୍ୟସଭା ସଦସ୍ୟ ଡଃ ସସ୍ମିତ ପାତ୍ର ରାଜ୍ୟସଭାରେ ଦାବି କରିଛନ୍ତି  । ସ୍ପେଶାଲ ମେନସନ ଜରିଆରେ ଶ୍ରୀ ପାତ୍ର ଏନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ  ।
ଓଡ଼ିଶା ସଂସ୍କୃତି ଓ ପରମ୍ପରାର ରାଜ୍ୟ, ଓଡ଼ିଶୀ ନୃତ୍ୟକୁ ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ମିଳିଛି  । ଓଡ଼ିଆ ଭାଷା ଦେଶର ଷଷ୍ଠ ଶାସ୍ତ୍ରୀୟ ଭାଷା ରୂପେ ମର୍ଯ୍ୟାଦା ପାଇଛି  । ଏହାଛଡ଼ା ଓଡ଼ିଶାର ପାରମ୍ପରିକ ଖାଦ୍ୟ, ହସ୍ତତନ୍ତ, ହସ୍ତଶିଳ୍ପ, ବୟନକଳା ଦେଶ ଓ ଦେଶ ବାହାରେ ପ୍ରସିଦ୍ଧ ଅର୍ଜନ କରିଛି  । ହେଲେ ଓଡ଼ିଶାର ସଂସ୍କୃତିକୁ ଜାତୀୟ ରାଜଧାନୀରେ ଉପସ୍ଥାପନା କରିବା ପାଇଁ ସ୍ଥାୟୀ କୋଠା କିମ୍ବା ସାଂସ୍କୃତିକ କେନ୍ଦ୍ର ନାହିଁ  । ରାଜ୍ୟ ସରକାରଙ୍କ ଦ୍ୱାରା ଦିଲ୍ଲୀରେ ଓଡ଼ିଶା ସାଂସ୍କୃତିକ କେନ୍ଦ୍ର ଓ ପାଠାଗାର ପାଇଁ ନିଷ୍ପତ୍ତି ନିଆଯାଇଥିଲା  । ଗତ ବର୍ଷ ଡିସେମ୍ବର ୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରୀଙ୍କୁ ପତ୍ର ଲେଖି ଦିଲ୍ଲୀରେ ସାଂସ୍କୃତିକ କେନ୍ଦ୍ର ଓ ପାଠାଗାର ପ୍ରତିଷ୍ଠା ପାଇଁ ଜମି ଆବଣ୍ଟନ କରିବାକୁ ଅନୁରୋଧ କରିଥିଲେ ବୋଲି ଡଃ ପାତ୍ର କହିଥିଲେ  । କେନ୍ଦ୍ରମନ୍ତ୍ରୀଙ୍କୁ ପତ୍ର ଲେଖିବାର ୯ ମାସ ବିତିଯିବା ସତ୍ତ୍ୱେ ବର୍ତ୍ତମାନ ସୁଦ୍ଧା ଜମି ଆବଣ୍ଟନ କରାଯାଇ ନାହିଁ  । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ଅନୁଯାୟୀ କେନ୍ଦ୍ର ସରକାର ଖୁବଶୀଘ୍ର ଓଡ଼ିଶା ସାଂସ୍କୃତିକ କେନ୍ଦ୍ର ଓ ପାଠାଗାର ସ୍ଥାପନ ପାଇଁ ଦିଲ୍ଲୀରେ ଜମି ଆବଣ୍ଟନ କରିବାକୁ ନେଇ ତପôରତା ପ୍ରକାଶ କରିବେ ବୋଲି ଡଃ ସସ୍ମିତା ପାତ୍ର ଆଶା ବ୍ୟକ୍ତ କରିଥିଲେ  ।

Share

Leave a Reply

Your email address will not be published. Required fields are marked *

ten + 1 =