ତେଳ ଦର ବଢିବା ନେଇ ତାତିଳେ ପିସିସି ସଭାପତି । ବିଧାନସଭା ଯିବେନି କଂଗ୍ରେସ ବିଧାୟକ ।

ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛି କଗ୍ରେସ ।ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି । ଆଜି କଂଗ୍ରେସ ଭବନରୁ ଜନସଚେତନା ଗାଡି ବାହାରିଛି ଏବଂ ସୁଭଆରମ୍ଭ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ତେଲ ଦର ବଢିବାରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ଦାୟୀ ବୋଲି କହିଛନ୍ତି ନିରଞ୍ଜନ । ଉଭୟ ଜନତାଙ୍କୁ ଲୁଟୁଛନ୍ତି ବୋଲି କହିଛନ୍ତି ପିସିସି ସଭାପତି । ତାସହ ମୋଦି ସରକାରଙ୍କୁ ପ୍ରଶ୍ନ କରିଛି କଂଗ୍ରେସ । ବିକାଶ କୁଆଡେ ଯାଇଛି ? ଅସନ୍ତାକାଲି ମେଡିସିନ୍ ଷ୍ଟୋର,ଆମ୍ବୁଲାନ୍ସ,କ୍ଷୀରଗାଡିକୁ ବନ୍ଦରୁ ବାଦ ଦିଆଯିବ ବୋଲି କହିଛନ୍ତି ପିସିସି ସଭାପତି ।

Share

Leave a Reply

Your email address will not be published. Required fields are marked *

one × 3 =