ଟିଟୋ ଲିଙ୍କ୍: ବିଜେପି ନେତାଙ୍କୁ ଏସଟିଏଫର ଜେରା

ଭୁବନେଶ୍ୱର () ଟିଟୋ ଲିଙ୍କରେ କେନ୍ଦ୍ରାପଡ଼ାର ବିଜେପି ନେତା ଭୁବନ ମୋହନ ଜେନାଙ୍କୁ ଏସଟିଏଫ ଜେରା କରିଛି। ଟିଟୋ ଲିଙ୍କକୁ ନେଇ ଏସଟିଏଫ୍ ତନାଘନା କରୁଥିବା ବେଳେ ଜାଲରେ ପଡିଛନ୍ତି ଜଣେ ବିଜେପି ନେତା। ଟିଟୋର ପେଟ୍ରୋଲ ପମ୍ପକୁ ନେଇ ଖୋଳତାଡ଼ କରିଛି କ୍ରାଇମବ୍ରାଞ୍ଚ।

ସୂଚନା ଅନୁଯାୟୀ ଟିଟୋ ଲିଙ୍କରେ ଥିବା ଟିଟୋର ସହଯୋଗୀ ମାନଙ୍କ ଉପରେ ଏସଟିଏଫ୍ ର ନଜର ରହିଛି। ଖୋଳତାଡ଼ ଆରମ୍ଭ କରିଛି କ୍ରଇମବ୍ରାଞ୍ଚ। ଟିଟୋ ଲିଙ୍କ୍ କୁ ନେଇ ରାଜ୍ୟ ତଥା ରାଜ୍ୟ ବାହାରେ କ୍ରାଇମବ୍ରାଞ୍ଚ୍ ଜାଲ ବିଛାଇଛି। ସେହି ଜଳରେ ପଡିଛନ୍ତି କେନ୍ଦ୍ରାପଡ଼ାର ବିଜେପି ନେତା। ଆଜି ସକାଳ ସାଢ଼େ ଦଶଟା ସମୟରେ ଏସ ଟି ଏଫ୍ ଜେରା କରିବ ସହ ୧୨ ଟା ବେଳେ ଛାଡିଥିଲା। ଏସଟିଏଫ୍ ର ଜେରା କରିବା ଶୁଣିବା ପରେ ବିଜେପି ନେତା ସମିର ମହାନ୍ତି ଏବଂ ୫୦ରୁ ଉର୍ଦ୍ଧ କର୍ମୀମାନେ ଏସ ଟି ଏଫ୍ ସାମନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
Share

Leave a Reply

Your email address will not be published. Required fields are marked *

seventeen + seventeen =