ରୋଗରୁ ରକ୍ଷା କରିବା ସହ ତ୍ୱଚା ଗ୍ଲୋ କରିବ ଖାଇଲେ ଏହି ଫଳ, ଜାଣନ୍ତୁ

କମଳା ସାଧାରଣ ଫଳ ନୁହେଁ । ଏହା ଭିତରେ ଭରି ରହିଛି ଅନେକ ପୋଷକ ତତ୍ତ୍ଵ ଯାହା ମଣିଷ ଶରୀର ପାଇଁ ଅନେକ ଉପକାରୀ । କମଳା ବାବଦରେ ଅଧିକ କିଛି ଜାଣିବା ତ କମଳାକୁ ପ୍ରତ୍ୟେକଦିନ ଖାଇବା ପାଇଁ ମନହେବ । ଖାଇଲେ ଏହି ଫଳ ୫୦ ବର୍ଷ ବୟସର ଲୋକ ବି ଦେଖାଯିବ ଯୁବକ ଭଳି, ଆସନ୍ତୁ ଜାଣିବା କମଳା ବାବଦରେ ଯାହା ଖାଇଲେ ମିଳିଥାଏ ଅନେକ ଉପକାର ।

କମଳାରେ ଭିଟାମିନ ସି ଅଧିକ ପରିମାଣରେ ମହଜୁଦ ଥାଏ । ସେଥିପାଇଁ ଏହା କଲୋନ କ୍ୟାନସରରୁ ରକ୍ଷା କରିବା ସହ ଅତି ତେଜସ୍କ୍ରିୟ ରଶ୍ମି ପ୍ରଭାବରେ ନଷ୍ଟ ହୋଇଯାଉଥିବା କୋଷକୁ ନଷ୍ଟ ହେବାକୁ ଦିଏନାହିଁ ।

ଏହିଫଳ ଖାଇବା ଦ୍ଵାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଥଣ୍ଡାରୁ ରକ୍ଷା କରିଥାଏ । ଏହା କାନ ସଂକ୍ରମଣରୁ ମଧ୍ୟ ରକ୍ଷାକରିଥାଏ ।
କମଳା ଖାଇବା ଦ୍ଵାରା ୫୦ ବର୍ଷ ଯାଏଁ ବି ଯୁବକ ଦେଖାଯିବେ । କମଳାରେ ଥିବା ଆଣ୍ଟି ଅକ୍ସିଡ଼ାଣ୍ଟ ତ୍ଵଚାକୁ କୋଷ ନଷ୍ଟ ହେବାରୁ ସାହାର୍ୟ୍ୟ କରିଥାଏ । ଫଳରେ ସବୁଦିନ ପାଇଁ ଯୁବ ସୁଲଭତା ଦେଖାଦେଇଥାଏ ।

କମଳାରେ ବି୬ ଭିଟାମିନ ଥବା କାରଣରୁ ରକ୍ତରେ ହିମୋଗ୍ଲୋବିନ ବଢ଼ାଇଥାଏ । କମଳା ଖାଇବା ଦ୍ଵାରା ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ ।
କୋଲେଷ୍ଟୋରେଲ ପରିମାଣ କମ୍ ଥିବା କାରଣରୁ ଏହା ମଧୁମେୟ ରୋଗୀଙ୍କ ପାଇଁ ମଧ୍ୟ ଉପକାରୀ । ଏହାକୁ ମଧୁମେୟ ରୋଗୀ ବିନା ଦ୍ଵିଧାରେ ବ୍ୟବହାର କରିପାରିବେ ।

କମଳା ଖାଇବାଦ୍ଵାରା କ୍ୟାନସରରୁ ମୁକ୍ତି ଦେଇଥାଏ । ଏହାଭିତରେ ଆଣ୍ଟିଅକ୍ସିଡ଼ାଣ୍ଟ ଓ ବିଟାମିନ ସି ଥିବା କାରଣରୁ କ୍ୟାନସରର ପ୍ରତିରୋଧ କରିଥାଏ ।
କମଳା ପାଚନ ଶକ୍ତି ବଢ଼ାଇଥାଏ । ଏହାକୁ ଖାଇବା ଦ୍ଵାରା ମଧ୍ୟ କୋଷ୍ଠକାଠିନ୍ୟରୁ ମୁକ୍ତି ଦେଇଥାଏ ।

ଆଖିରୋଗ ଥିବା ବ୍ୟକ୍ତି କମଳା ଖାଇବା ଦ୍ଵାରା ଅନେକ ଉପକାର ପାଇପାରିବେ । ଅନ୍ଧରକଣା କିମ୍ବା ଆଖିକୁ କମ୍ ଦେଖାଯାଉଥିବା ରୋଗୀ ଖାଇଲେ କିଛିଦିନ ପରେ ଦୃଷ୍ଟିଶକ୍ତି ବଵାଇବାରେ ସାହାର୍ୟ୍ୟ କରିଥାଏ ।

Share

Leave a Reply

Your email address will not be published. Required fields are marked *

13 − six =