ଆସନ୍ତାକାଲି ରାଞ୍ଚିରେ ତୃତୀୟ ଦିନିକିଆ

ଶୁକ୍ରବାର ରାଞ୍ଚିରେ ତୃତୀୟ ଦିନିକିଆ ମ୍ୟାଚ୍ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ମ୍ୟାଚ୍ ପାଇଁ ପ୍ରଶଂସକଙ୍କ ଭିତରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳୁଛି। ଏହା ପଛରେ କାରଣ ମଧ୍ୟ ବଡ଼ ରହିଛି । ମ୍ୟାଚଟି ମହେନ୍ଦ୍ର ସିଂହ ଧୋନିଙ୍କ ହୋମ୍ ଗ୍ରାଉଣ୍ଡରେ ଖେଳାଯିବ। ହୋମଗ୍ରାଉଣ୍ଡରେ ୩୭ ବର୍ଷୀୟ ଧୋନିଙ୍କର ଏହା ଶେଷ ମ୍ୟାଚ୍ ବୋଲି କୁହାଯାଉଛି। ତେଣୁ ଏହି ମ୍ୟାଚରେ ଅଧିକ ସଂଖ୍ୟକ କ୍ରିକେଟ ପ୍ରେମୀ ନିଜର ପ୍ରିୟ ହିରୋଙ୍କୁ ଦେଖିବା ପାଇଁ ଝାରଖଣ୍ଡ ଷ୍ଟେଟ୍ କ୍ରିକେଟ୍ ଆସୋସିଏସନ୍ (ଜେଏସସିଏ) ଗ୍ରାଉଣ୍ଡରେ ପହଞ୍ଚି ଟିମକୁ ‘ଚିୟରଅପ୍’ କରିବେ। ଟିମ୍ ଇଣ୍ଡିଆ ମଧ୍ୟ ମ୍ୟାଚ୍ ସହ ସିରିଜ୍ ଜିତି ପ୍ରଶଂସକଙ୍କ ଖୁସିକୁ ଦ୍ୱିଗୁଣିତ କରିବାକୁ ଚାହିଁବ। ଭାରତ ବର୍ତ୍ତମାନ ସିରିଜରେ ୨-୦ରେ ଆଗୁଆ ରହିଛି ଏବଂ ଶୁକ୍ରବାର ମ୍ୟାଚ୍ ଜିତିଲେ ବିରାଟ କୋହଲି ବ୍ରିଗେଡ୍ ସିରିଜରେ ୩-୦ର ଅପରାଜେୟ ଅଗ୍ରଣୀ ହାସଲ କରିନେବ।

Share

Leave a Reply

Your email address will not be published. Required fields are marked *

five + sixteen =