ଓଠ କହିବ ସତ, କେମିତି ପଢନ୍ତୁ…

ଶାସ୍ତ୍ର ଅନୁୟାୟୀ, ମହିଳାଙ୍କ ଶରୀରର ପ୍ରତ୍ୟୋକ ଅଙ୍ଗ ତାଙ୍କ ସ୍ବାଭାବ ବିଷୟରେ କହିଥାଏ। ଯଦି ତାଙ୍କ ଓଠ ବିଷୟରେ କହିବାକୁ ଯାଉତ ଏହା ତାଙ୍କ ବ୍ୟକ୍ତିତ୍ବ ବିଷୟରେ କହିଥାଏ। ଆଜ୍ଞା ହଁ, ଆପଣଙ୍କ ପ୍ରେମୀକା ବା ପତ୍ନୀଙ୍କ ଓଠର ରଙ୍ଗ ଏବଂ ଗଠନ ତାଙ୍କ ସ୍ବାଭାବ ବିଷୟରେ କହିଥାଏ।
କଳା ଓଠ
ଯେଉଁ ମହିଳାଙ୍କ ଓଠର ରଙ୍ଗ କଳା ହୋଇଥାଏ ସେମାନେ ପାଠପଢ଼ାରେ ବହୁତ ଭଲ ହୋଇଥାନ୍ତି। ମିଠା ସ୍ବାଭାବ ରହିଥିବା ଯୋଗୁଁ ଏମାନଙ୍କର ସମସ୍ତେ ଦିୱାନା ହୋଇଥାନ୍ତି। ନିଜ ସାଥିଙ୍କୁ ଖୁସି କିପରି ରଖିବେ ତାହା ଏମାନଙ୍କୁ ଖୁବ ଭଲ ଭାବେ ଜଣା।
ଗୋଲାପି ଓଠ
ଗୋଲାପି ଓଠ ଥିବା ମହିଳାଙ୍କ ସ୍ବାଭାବରେ ବୁଦ୍ଧିମାନ ଏବଂ ବିଶ୍ବାସନୀୟ ହୋଇଥାନ୍ତି। ଏମାନେ ଅହଂକାରୀ ହୋଇଥିଲେ ମଧ୍ୟ ନିଜ ସଂପର୍କକୁ ନେଇ କେବେ ଅହଂକାର କରି ନଥାନ୍ତି।
ନାଲି ଓଠ
ନାଲି ଓଠ ମହିଳା ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଏମାନଙ୍କୁ ନିଜ ଜୀବନସାଥିଙ୍କ ଠାରୁ ସମସ୍ତ ପ୍ରକାରର ସୂଖ ମିଳିଥାଏ। ଏପରିକି ଏମାନେ ଜୀବନରେ ଯାହା ଚାହିଁଥାନ୍ତି ତାଙ୍କୁ ତାହା ମିଳିଥାଏ।
ପତଳା ଓଠ
ପତଳା ଓଠ ଥିବା ବ୍ୟକ୍ତି ନିଜ ସାଥି ଏବଂ ପରିବାରକୁ ଅତ୍ୟଧିକ ଭଲପାଇବା ଦେଇଥାନ୍ତି । ଏହି ମହିଳା ନିଜ ସାଥିଙ୍କୁ କୌଣସି ଅସୁବିଧାରେ ଏକୁଟିଆ ଛାଡ଼ି ଯାଆନ୍ତି ନାହିଁ।
ମୋଟା ଓଠ
ଯେଉଁ ମହିଳାଙ୍କ ଓଠ ମୋଟା ରହିଥାଏ ସେମାନେ କଥାକଥାରେ କଳି କରିଥାନ୍ତି। ଏଥିପାଇଁ ଏମାନଙ୍କର ତାଙ୍କ ସାଥିଙ୍କ ସହ ଭଲ ପଡ଼ିନଥାଏ । ଏଥିସହ କାହା ସହ ମିଶିବା ପାଇଁ ମଧ୍ୟ ଏମାନଙ୍କୁ ବହୁତ ସମୟ ଲାଗିଥାଏ।
ଫୁଲିଥିବା ଓଠ
ମନ୍ଦଚିନ୍ତାଧାରା, ଭୟବିତ, ହିନାଭାବନାଗସ୍ତ ହୋଇଥାନ୍ତି ଫୁଲିଥିବା ଓଠ ମହିଳା। ପରିବାର ଲୋକ ଏମାନଙ୍କୁ ନେଇ ଅଧିକ ଚିନ୍ତିତ ରହିଥାନ୍ତି। ଟଙ୍କା ଥାଇ ମଧ୍ୟ ତାହାର ସଠିକ୍ ବ୍ୟବହାର କରିପାରନ୍ତି ନାହିଁ ଏହି ମହିଳା।

Share

Leave a Reply

Your email address will not be published. Required fields are marked *

9 − three =