ଖାଲି ସୌନ୍ଦର୍ଯ୍ୟ ବଢାଏନି, ସମସ୍ୟା ବି ଦୂର କରେ

ଭାରତୀୟ ମହିଳାମାନେ ବିନ୍ଦି ଲଗାଇବା ପାଇଁ ବହୁତ୍ ପସନ୍ଦ କରିଥାନ୍ତି । ଏହା ଏମାନଙ୍କ ସଜ୍ଜା-ସାଜ୍ଜ୍ୟରେ ଏକ ଗୁରୁତ୍ବ ପୂର୍ଣ୍ଣ ସ୍ଥାନ ରଖିଥାଏ । ଏତିକି, ନୁହେଁ ଏହା ସେମାନଙ୍କର ରୂପକୁ ମଧ୍ୟ ଆହୁରି ସୁନ୍ଦର କରିଥାଏ । କିନ୍ତୁ କ’ଣ ଆପଣ ଜାଣିଛନ୍ତି ବିନ୍ଦି କେବଳ ଆପଣଙ୍କ ମୁହଁର ସୁନ୍ଦରତା ବଢାଇ ନଥାଏ ଏହା ସହିତ ଆପଣଙ୍କ ସ୍ବାସ୍ଥ୍ୟକୁ ମଧ୍ୟ ଠିକ୍ ରଖିଥାଏ । ତ’ ଆସନ୍ତୁ ଜାଣିବା ଏହା ବିଷୟରେ –
• ବିନ୍ଦି ଆପଣଙ୍କର ଶରୀରରେ ଉର୍ଜାର ସ୍ତର ତିଆରି କରି ରଖିଥାଏ । ସତକଥା ହେଉଛି ବିନ୍ଦି ସର୍ବଦା ଅଜା ଚକ୍ର ଉପରେ ଲଗାଯାଏ । ଅଜା ଚକ୍ର ଉପରେ ବିନ୍ଦି ଲଗାଇବା କାରଣରୁ ଏହା ଉର୍ଜାକୁ ଠିକ୍ ରଖିଥାଏ ।
• ଆପଣଙ୍କୁ ବୋଧେ ଜଣା ନାହିଁ କିନ୍ତୁ ବିନ୍ଦି ମନକୁ ଶାନ୍ତ ଏବଂ ଏକାଗ୍ରତା ରଖିବାରେ ଏକ ଗୁରୁତ୍ବ ଭୂମିକା ପାଳନ କରିଥାଏ । ମଥାରେ ବିନ୍ଦି ଲଗାଇବା ଦ୍ବାରା ସେଠାରେ ବିନ୍ଦୁ ଜାଗ୍ରତ ହୋଇଥାଏ ଯାହା ଫଳରେ ମନକୁ ଏକାଗ୍ରତା ମିଳିଥାଏ ।
• ଯଦି ଆପଣଙ୍କୁ ସର୍ବଦା ମୁଣ୍ଡ ବିନ୍ଧାର କଷ୍ଟ ସହିବାକୁ ପଡୁଛି ତେବେ ଅବଶ୍ୟ ବିନ୍ଦି ଲଗାନ୍ତୁ । ଉର୍ଜା ଚକ୍ରର ବିନ୍ଦୁ ମୁଣ୍ଡ ବିନ୍ଧାର ସମସ୍ୟାକୁ ଦୂର କରିଥାଏ । ଏହି ବିନ୍ଦୁରୁ ନାଶାର ଶକ୍ତ କୋଶିକା ସକ୍ରିୟ ହୋଇଥାଏ ଯାହା ଯନ୍ତ୍ରଣାରୁ ରକ୍ଷା କରିଥାଏ ।
• ବିନ୍ଦି ଆଖି ପାଇଁ ମଧ୍ୟ ଖୁବ୍ ଲାଭଦାୟକ ହୋଇଥାଏ । ଯେଉଁ ସ୍ଥାନରେ ବିନ୍ଦି ଲଗାଯାଇଥାଏ ସେଠାରେ ସୁପରଟ୍ରାଚଲର ନର୍ଭରେ ସଂମ୍ବନ୍ଧିତ ହୋଇଥାଏ । ଯାହା ଉପରେ ଚାପ ପଡିବାରୁ ଆଖିକୁ ଭିନ୍ନ ଭିନ୍ନ ଦିଗରେ ଦେଖିବାରେ ସାହଯ୍ୟ ମିଳିଥାଏ ।

Share

Leave a Reply

Your email address will not be published. Required fields are marked *

14 − eleven =