Latestରାଜନୀତି

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ କାହିଁକି ଯାଇଥିଲେ ନିରଂଜନ … ପଢନ୍ତୁ

ଭୁବନେଶ୍ବର (): ଦିଲ୍ଲୀପ ରାୟ ଧରିଥିବା ପ୍ରସଙ୍ଗରୁ ଏବେ କଂଗ୍ରେସ କିଛିଟା ଫାଇଦା ମାରିବାକୁ ଚେଷ୍ଟା କରୁଛି । ଯେଉଁ ପ୍ରସଙ୍ଗରେ ଦିଲ୍ଲୀପ ନିଜ ଦଳର ସର୍ବୋଚ୍ଚ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ପ୍ରତିଶୃତି ପାଳନ କରୁନଥିବା ଅଭିଯୋଗରେ ବିଧାୟକ ପଦ ଓ ଦଳରୁ ଇସ୍ତଫା ଦେଲେ, ସେହି ସମାନ ପ୍ରସଙ୍ଗରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଓ ତାଙ୍କ ଟିମ ଏକ ନୂଆ ତରିକା ଆପଣେଇ ପ୍ରଧାନମନ୍ତ୍ରୀଙ୍କୁ ଅପମାନିତ କରିବାକୁ ଚେଷ୍ଟା କରିଛନ୍ତି ।

ଆଜି ପିସିସି ସଭାପତି ନିରଂଜନ ପଟ୍ଟନାୟକ ନେତୃତ୍ବରେ ବିଧାୟକ ଜଜ ତିର୍କୀ, ବରିଷ୍ଠ ନେତା ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ ପ୍ରମୁଖ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 20ଲକ୍ଷ 20ହଜାର 504 ଟଙ୍କା ଦାନ କରିଛନ୍ତି । ଏହି ଅର୍ଥ ସେ ବ୍ରାହ୍ମଣୀ ନଦୀ ଉପରେ ଦ୍ବିତୀୟ ସେତୁ ନିର୍ମାଣ ଏବଂ ଆଇଜିଏଚକୁ ସୁପରସ୍ପେଶିଆଲିଟି ହସପିଟାଲରେ ରୂପାନ୍ତରିତ କରିବା ଉଦ୍ଦେଶ୍ୟରେ ଦାନ କରିଥିବା କହିଛନ୍ତି । ନିରଞ୍ଜନଙ୍କ ରାଜନୈତିକ ଚାଲରୁ ବୁଝାପଡୁଛି ଯେ, ଯେହେତୁ ଦିଲ୍ଲୀପ ରାୟ ଆଉ ରାଉଲକେଲାରୁ ନିର୍ବାଚନ ଲଢିବେନି ବୋଲି ଘୋଷଣା କରିଛନ୍ତି, ତେଣୁ କଂଗ୍ରେସ ଏହି ଆସନଟିକୁ ହାତେଇବାକୁ ଚେଷ୍ଟା କରୁଛି ।

୨୦୧୫ରେ ରାଉରକେଲା ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନିଜେ ଦ୍ବିତୀୟ ବ୍ରାହ୍ମଣୀ ସେତୁ ଓ ଆଇଜିଏଚକୁ ସୁପରସ୍ପେଶାଲିଷ୍ଟ ହସପିଟାଲରେ ପରିଣତ କରିବାକୁ ଘୋଷଣା କରିଥିଲେ । 2014 ନିର୍ବାଚନ ପୂର୍ବରୁ ଏକ ନିର୍ବାଚନୀ ସଭାରେ ଏହି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏଯାଏଁ ଏହା କାର୍ଯ୍ୟକାରୀ ହୋଇନଥିବାରୁ ତାକୁ ନେଇ ରାଜନୀତି ଚାଲିଛି । ଏଭିତରେ ଦିଲ୍ଲୀପ ରାୟ ଏହି ପ୍ରସଙ୍ଗକୁ କେନ୍ଦ୍ର କରି ଦଳ ଓ ବିଧାୟକ ପଦରୁ ଇସ୍ତଫା ଦେଇସାରିଛନ୍ତି । କଂଗ୍ରେସ କିନ୍ତୁ ମୋଦିଙ୍କୁ ଅପମାନିତ କରିବା ସହ ରାଜ୍ୟବାସୀଙ୍କୁ ଜଣାଇବାକୁ ଚାହୁଁଛି ଯେ, ପ୍ରଧାନମନ୍ତ୍ରୀ ଯାହା ପ୍ରତିଶ୍ରୁତି ଦିଅନ୍ତି ତାହା ପାଳନ କରନ୍ତି ନାହିଁ  ।

ରାଜ୍ୟ କଂଗ୍ରେସ ପକ୍ଷରୁ ଏକ ଆକାଉଣ୍ଟ ଖୋଲଯାଇ ଏହି ଦୁଇ କାର୍ଯ୍ୟ ପାଇଁ ୱେବସାଇଟ ଜରିଆରେ ଦାନ ମଗାଯାଇଥିଲା। ଏହାରି ମାଧ୍ୟମରେ ସଂଗୃହିତ 20ଲକ୍ଷ 20ହଜାର 504ଟଙ୍କା ଏକ ଚେକ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦିଆଯାଇଛି । କାରଣ କଂଗ୍ରେସ ଆକ୍ଷେପ କରିଛି ଯେ, କେନ୍ଦ୍ର ସରକାରଙ୍କ ପାଖରେ ଅର୍ଥ ନଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତିଶ୍ରୁତି ରଖିପାରୁ ନାହାନ୍ତି । କଂଗ୍ରେସ ଏହି କାର୍ଯ୍ୟରେ ମୋଦିଙ୍କୁ ସହାୟତା କରିବାକୁ ଚାହୁଁଛି ।

Share

Leave a Reply

Your email address will not be published. Required fields are marked *

fifteen + one =