ଖାଇବା ପରେ କାହିଁକି ପାଣି ପିଇବା ଅନୁଚିତ,କାରଣ ଜାଣନ୍ତୁ…

ଆମେ ସମସ୍ତେ ଜାଣିଛେ ଖାଦ୍ୟ ଖାଇବା ପରେ ପାଣି ପିଇବା ଉଚିତ ନୁହେଁ ହେଲେ କଣ ପାଇଁ ଖାଦ୍ୟ ଖାଇବା ପରେ ପାଣି ପିଇବା ଅନୁଚିତ ତାହା ଅଧିକାଂଶ ଲୋକ ଜାଣି ନଥାନ୍ତି । ମହିଳା ହୁଅନ୍ତୁ କି ପୁରୁଷ ଖାଦ୍ୟ ଖାଇବା ପରେ ଅଧିକାଂଶ ଲୋକ ସାଙ୍ଗେ ସାଙ୍ଗେ ପାଣି ପିଇଥାନ୍ତି । ଆୟୁର୍ବେଦ ଅନୁସାରେ ଖାଦ୍ୟ ଖାଇ ସାଙ୍ଗେ ସାଙ୍ଗେ ପାଣି ପିଇଲେ ଏହା ବିଷ ସହ ସମାନ ହୋଇଥାଏ । ଆସନ୍ତୁ ଜାଣିବା ଖାଦ୍ୟ ଖାଇବା ପରେ କଣ ପାଇଁ ପାଣି ପିଇବା ଅନୁଚିତ ।
ପାଣି ପିଇବା ଦ୍ବାରା ତାହାର ପ୍ରଭାବ ପାଚନ କ୍ରୀୟାରେ ପଡିଥାଏ। ଆମେ ଯେଉଁ ଖାଦ୍ୟ ଖାଉଛନ୍ତି ତାହା ନାଭିର ବାମ ପଟରେ ଥିବା ଜଠରାଗ୍ନିରେ ଖାଦ୍ୟ ହଜମ ହୋଇଥାଏ। ଯଦି ଆମେ ତୁରନ୍ତ ପାଣି ପିଇ ଦିଅନ୍ତି, ତେବେ ଖାଦ୍ୟ ହଜମ ହେବାରେ ବହୁତ ଅସୁବିଧା ହୋଇଥାଏ। ଏଥିପାଇଁ ଆୟୁର୍ବେଦ ଖାଦ୍ୟ ଖାଇବା ପରେ ପାଣି ପିଇବାର ଏହି ଅନ୍ତର ରଖିଥାଏ।
ପାଣି ପିଇବା ଦ୍ବାରା ଜଠରାଗ୍ନି ସମାପ୍ତ ହୋଇଯାଇଥାଏ। ଯାହା ଖାଦ୍ୟକୁ ହଜମ କରିବା ପରେ ମୁଖ୍ୟ ଉର୍ଜା ଏବଂ ପ୍ରାଣ ଦେଇଥାଏ। ଏଥିପାଇଁ ଖାଦ୍ୟ ହଜମ ହେବା ପରିବର୍ତ୍ତେ ରହିଯାଇଥାଏ। ଏମିତି ହେବା ଦ୍ବାରା ଅଧିକ ମାତ୍ରାରେ ଗ୍ୟାସ ଏବଂ ଏସିଡ ହୋଇଥାଏ । ମହର୍ଷି ବାଗଭଟ୍ଟ ୧୦୩ ରୋଗର ବ୍ୟକ୍ତ କରିଛନ୍ତି ଯାହା ଖାଦ୍ୟ ଖାଇବା ପରେ ପାଣି ପିଇବା କାରଣରୁ ହୋଇଥାଏ। ଖାଦ୍ୟ ଖାଇବାର ଅଧଘଣ୍ଟା ଏବଂ ଗୋଟେ ଘଣ୍ଟା ପରେ ପାଣି ପିଇବା ଉଚିତ। ଏହା ଦ୍ବାରା ଜଠରାଗ୍ନି ନିଜର କାମ କରିସାରିଥିବ। ଯଦି ଆମେ ଖାଦ୍ୟ ଖାଇବାରେ ତୁରନ୍ତ ପାଣି ପିଉଛନ୍ତି ତେବେ ଖାଦ୍ୟ ହଜମ ହୋଇନଥାଏ।

Share

Leave a Reply

Your email address will not be published. Required fields are marked *

five + 12 =