ମେରାଇନ ଡ୍ରାଇଭରେ ଇକୋ ରିଟ୍ରିଟ

ଭୁବନେଶ୍ବର () ପୁରୀ-କୋଣାର୍କ ମେରାଇନ ଡ୍ରାଇଭରେ କୋଣାର୍କ ଠାରୁ 8 କିଲୋମିଟର ଦୂରରେ 14 ଡିସେମ୍ବରରୁ 14 ଜାନୁଆରୀ ପର୍ଯ୍ୟନ୍ତ ମେରାଇନ ଡ୍ରାଇଭରେ ଇକୋ ରିଟ୍ରିଟ ଫେଷ୍ଟିଭାଲ ଅନୁଷ୍ଠିତ ହେବ । ଦେଶ ବିଦେଶର ପର୍ଯ୍ୟଟକମାନଙ୍କ ପାଇ ଏହା ଏକ ପ୍ରମୁଖ ଆକର୍ଷଣ ହେବ । ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଏହି ଫେଷ୍ଟିଭାଲକୁ ସଫଳ କରିବା ପାଇଁ ସଂପୃକ୍ତ ସମସ୍ତ ବିଭାଗ ତାଙ୍କର ଶ୍ରେଷ୍ଠ ଉଦ୍ୟମ କରିବା ପାଇଁ ପରାମର୍ଶ ଦେଇଛନ୍ତି । ପୁରୀ ସହରର ବିକାଶ, ଶାମୁକା ପ୍ରକଳ୍ପ ସହିତ ମେରାଇ ଡ୍ରାଇଭରେ ଏହି ଆନ୍ତର୍ଜାତିକ ସ୍ତରର କାର୍ଯ୍ୟକ୍ରମ ପୁରୀ କୋଣାର୍କର ପର୍ଯ୍ୟଟନ ଦକ୍ଷତା ଯଥେଷ୍ଟ ବୃଦ୍ଧି କରାଇବ ।

ବୈଠକର ନିଷ୍ପତ୍ତି ଅନୁଯାୟୀ ଏକ ମାସ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟକମାନଙ୍କ ରହିବା ପାଇଁ ବିଳାସପୂର୍ଣ୍ଣ ଟେଣ୍ଟ, ସାଂସ୍କୃତିକ କାର୍ଯ୍ୟକ୍ରମ, 3ଡି-ମ୍ୟାପିଂ, ଫୁଡ ଫେଷ୍ଟିଭାଲ, ରୋମାଞ୍ଚକର କ୍ରୀଡା, ଜଳ କ୍ରୀଡା ଭଳି ଆନ୍ତର୍ଜାତିକ ମାନର ବ୍ୟବସ୍ଥା ପର୍ଯ୍ୟଟକମାନଙ୍କ ପାଇଁ କରାଯିବ ।

ପର୍ଯ୍ୟଟକମାନଙ୍କ ରହିବା ପାଇଁ 50ଟି କୋଠରୀ ବିଶିଷ୍ଟ ବିଳାସପୂର୍ଣ୍ଣ ଟେଣ୍ଟ କଟେଜ ନିର୍ମାଣ କରାଯିବା ସହିତ ଜଳ, ବିଦ୍ୟୁତ, ପାର୍କିଂର ବ୍ୟବସ୍ଥା କରାଯିବ । ମେରାଇନ ଡ୍ରାଇଭ ସଡକର ଆଲୋକୀକରଣ ସହିତ ଏହି ପର୍ଯ୍ୟଟନ ଅଂଚଳର ସୌନ୍ଦର୍ଯ୍ୟକରଣ କରାଯିବ ।

ଏହି ବୈଟକରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଓଟିଡିସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

1 × four =