5-ଟି ମନ୍ତ୍ରର ପ୍ରଭାବ : ପାଠ ପଢିଲେ ସାଂସଦ

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀଙ୍କ 5-ଟି ମନ୍ତ୍ରର ପ୍ରଭାବରେ ପ୍ରଭାବିତ ହୋଇ ନବନିର୍ବାଚିତ ଲୋକ ପ୍ରତିନିଧିମାନେ ଧିରେ ଧିରେ ଲୋକଙ୍କ ନିକଟତର ହେଉଛନ୍ତି । ଏହାଦ୍ବାରା ସାଧାରଣ ଲୋକଙ୍କ ଜୀବନଧାରାରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଛି । ଯାଜପୁର ଲୋକସଭା ସାଂସଦ ସର୍ମିଷ୍ଠା ସେଠୀ ଗତକାଲି ନିଜ ନିର୍ବାଚନମଣ୍ଡଳୀର ଏକ ସ୍କୁଲକୁ ଅଚାନକ ପରିଦର୍ଶନରେ ଯାଇ ସେଠାରେ ପିଲାଙ୍କ ସହ ଶ୍ରେଣୀଗୃହରେ ବସି ପାଠ ପଢିବା ଘଟଣାରୁ ଏହାର ସଙ୍କେତ ମିଳୁଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମ ପାଳିରେ ସବୁ ବିଧାୟକ ଓ ସାଂସଦଙ୍କୁ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସୁଖ ଦୁଃଖରେ ସାମିଲ ହେବାକୁ ପରାମର୍ଶ ଦେଇଥିଲେ । ଦଳୀୟ ରାଜନୀତିରୁ ଦୂରେଇ ରହି ଲୋକଙ୍କ ସେବା ପାଇଁ ନବୀନ ନବ ନିର୍ବାଚିତ ଲୋକପ୍ରତିନିଧିଙ୍କୁ ପରାମର୍ଶ ଦେଇଥିଲେ । ଏତିରେ ଅନୁପ୍ରାଣିତ ହୋଇ ଯାଜପୁର ସାଂସଦ ଗତକାଲି ନିଜ ଅଂଚଳରେ ଥିବା ଏକ ପ୍ରାଥମିକ ସ୍କୁଲରେ ଅଚନାକ ପହଁଚିଥିଲେ । ସେଠାରେ ସ୍କୁଲର ପରିଚାଳନା ଏବଂ ପାଠପଢା ସଂପର୍କରେ ପଚାରି ବୁଝିଥିଲେ ।

ସାଂସଦ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଛାତ୍ରଛାତ୍ରୀଙ୍କ ସହ ମଧ୍ୟ କଥା ହୋଇଥିଲେ । ସେ ନିଜେ ମଧ୍ୟ ଛାତ୍ରଛାତ୍ରୀଙ୍କ ସହ ଏକ କ୍ଲାସରୁମରେ ବସି ପାଠ ପଢିଥିଲେ । ସେହି ସମୟରେ ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିବା ପାଠ୍ୟ ଉପକରଣ ଦେଖିଥିଲେ । ସେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀଙ୍କ ସହ ପାଠପଢିବା ସମୟରେ ତାଙ୍କର ପିଲାବେଳ କଥା ମନେ ପଡିଯାଇଥିବା ସେ କହିଛନ୍ତି । ଏଥିସହିତ ସ୍କୁଲ ପରିଚାଳନା ନେଇ ସେ ଏକ ସ୍ପଷ୍ଟ ଚିତ୍ର ପାଇଥିବା ମଧ୍ୟ କହିଛନ୍ତି ।

ବିଜେଡିର ଏହି ନବନିର୍ବାଚିତ ସାଂସଦ ଜିଲ୍ଲାରେ ପ୍ରଶଂସାର ପାତ୍ର ହୋଇଛନ୍ତି । କାରଣ ନିକଟରେ ସୋସିଆଲ ମିଡିଆରେ ଏକ ଅନୁରୋଧ ପାଇ 24 ଘଣ୍ଟା ମଧ୍ୟରେ ଜିଲ୍ଲାର ଏକ ଉପାନ୍ତ ଗାଁରେ ପହିଁଚି ସେମାନଙ୍କ ସମସ୍ୟାର ସମାଧାନ କରିଥିଲେ ।

Share

Leave a Reply

Your email address will not be published. Required fields are marked *

13 + five =