ଏକାକି 120 ଜିତିବାର ଆତ୍ମବିଶ୍ବାସ ନାହିଁ

ଭୁବନେଶ୍ୱର () 2019ରେ ବିଜେପି ଓଡ଼ିଶାରେ 120 ଆସନ ଦାଖଲ କରିବ ଏ ଆତ୍ମବିଶ୍ବାସ ବୋଧହୁଏ ରାଜ୍ୟ ବିଜେପି ନେତାଙ୍କର ନାହିଁ । ତେଣୁ ପରିସ୍ଥିତିକୁ ଦେଖି ରାଜ୍ୟ ବିଜେପି ଏବେ ବିଜେଡିର ଆଲୋଡ଼ା ବିଦ୍ରୋହୀ ନେତା ଓ ଛୋଟ ଦଳଙ୍କୁ ଭରଷା କରୁଛି । ଆସନ୍ତା ନିର୍ବାଚନରେ ବିଜେପି ଏକାକୀ 120 ଆସନ ଦଖଲ କରିବ ବୋଲି ନିଜେ ଦଳର ରାଷ୍ଟ୍ରୀୟ ସଭାପତି ଭୁବନେଶ୍ୱରରେ ଘୋଷଣା କରିଥିଲେ ।

ହେଲେ ରାଜ୍ୟରେ ଦଳର ମଙ୍ଗ ଧରିଥିବା ନେତାମାନେ ଆତ୍ମବିଶ୍ବାସ ହରେଇଲେଣି । ଯେଉଁଥିପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କହିଛନ୍ତିଯେ ବିଜେଡି ଓ କଂଗ୍ରେସକୁ କ୍ଷମତାରୁ ଦୁରେଇ ରଖିବାକୁ ବିଜେଡି ବିଦ୍ରୋହୀଙ୍କୁ ସହଯୋଗ କରିବା ଆଉ ଛୋଟ ଦଳ ସହ ମେଣ୍ଟ କରିବ ।

ପ୍ରଶ୍ନ ଉଠୁଛି କେଉଁ କେଉଁ ଛୋଟ ଦଳ ସହ ବିଜେପି ମେଣ୍ଟ କରିବା । ଓଡ଼ିଶାରେ ଛୋଟ ଦଳ କହିଲେ ବାମ ଦଳ, ସମାଜବାଦୀ ପାର୍ଟି, ବିଏସ୍ପି, ଉତ୍କଳ ଭାରତ ଏମିତି କିଛି ହାତଗଣତି ଦଳ । ଏସବୁ ଦଳ ମଧ୍ୟରୁ ବିଏସ୍ପି କେନ୍ଦ୍ର ରାଜନୀତିରେ ବିଜେପି ଆଡେ ମୁହାଁଇଛି । ସମାଜବାଦୀ ପାର୍ଟ  ବିଜେପି ସହ ନାହିଁ । ରାଜନୈତିକ ବିଚାରଧାରାରେ ବାମ ଦଳ ସହ ବିଜେପି ମେଣ୍ଟ କରିପାରିବେନି । ବାକି ରହିଲା ଉତ୍କଳ ଭାରତ । ଏକଦା ଉତ୍କଳ ଭାରତର ସଭାପତି ବିଜେପିର ସାଂସଦ ଥିଲେ। ତେଣୁ ସେ ମିଶି ଯିବାର ସମ୍ଭାବନା ରହିଛି ।

ସେ ଯାହାବି ହଉନା କାହିଁକି, ମେଣ୍ଟ ଆଡେ ମୁହାଉଁଥିବା ଦଳ ନିଜର ପର୍ବପଣିଆ ଉପରେ ସନ୍ଦେହ କଲାଣି, ଏହା ଜଳଜଳ ଦିଶିଲାଣି । ତେଣୁ ବିଜେଡିର ଅଲୋଡ଼ା ନେତାଙ୍କୁ ଧରି ବିଜେଡିର ଭୋଟ ବିଭାଜନ ପାଇଁ ଯୋଜନା କରୁଛି ବିଜେପି ।

Share

Leave a Reply

Your email address will not be published. Required fields are marked *

five − 3 =