ବନ୍ଧାହେଲେ ଅଭିଜିତ, ମହଙ୍ଗା ପଡିଲା ଅଶାଳୀନ ମନ୍ତବ୍ୟ

ଭୁବନେଶ୍ୱର () ଓଡିଶାର କଳା,ସଂସ୍କୃତି ଓ ଐତିହ୍ୟ ସଂମ୍ପର୍କରେ ଆପତି ଜନକ ଅରୁଚିକର ଓ କୁତ୍ସିତ ମନ୍ତବ୍ୟ ଦେବା ଅଭିଯୋଗରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ ଆୟାର ମିତ୍ରଙ୍କୁ ଆଜି ଦିଲ୍ଲୀ ନିଜାମଉଦ୍ଦିନ ପୁଲିସ ଗିରଫ କରିଛି । ତାଙ୍କୁ ରିମାଣ୍ଡରେ ଓଡିଶା ଆଣିବାପାଇଁ ଓଡିଶା ପୁଲିସର ଏକ ଦୁଇ ଜଣିଆ ଟିମ ନୂଆ ଦିଲ୍ଲୀରେ ପହଂଚିଛନ୍ତି । ଅଭିଜିତଙ୍କ ଗିରଫଦାରୀକୁ ଦଳମତ ନିର୍ବିଶେଷରେ ଓଡିଶାରେ ସମସ୍ତେ ସ୍ୱାଗତ କରିଛନ୍ତି । ଏପଟେ ଓଡିଶା ବିଧାନସଭାରେ ଅଭିଜିତଙ୍କ ମନ୍ତବ୍ୟ ତଥା ବିଧାୟକ ମାନଙ୍କ ପ୍ରତି ତାଙ୍କ ଆକ୍ଷେପ ପାଇଁ ଆଜି ବିଧାନସଭାରେ ବିରୋଧୀ ଦଳ ପକ୍ଷରୁ ଏକ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଗତ କରାଯାଇ ତାହା ସର୍ବସମ୍ମତ କ୍ରମେ ଗୃହୀତ ହୋଇ ଅଭିଜିତଙ୍କ ଗିରଫ ପାଇଁ ଦାବି କରାଯାଇଥିଲା । ବାଚସ୍ପତି ପ୍ରଦୀପ କୁମାର ଅମାତ ଏ ସମ୍ପର୍କରେ ବିରୋଧୀ ଦଳର ନେତା ନରସିଂହ ମିଶ୍ରଙ୍କ ଅଧକ୍ଷତାରେ ଏକ ସର୍ବଦଳୀୟ କମିଟି ଗଠନ କରିଛନ୍ତି । ଅଭିଜିତଙ୍କୁ ଗିରଫ କରିବାପରେ ତାଙ୍କୁ ଦିଲ୍ଲୀର ସାକେତ କୋର୍ଟରେ ହାଜର କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

twenty − five =