୩ ଦିନିଆ ରିମାଣ୍ଡରେ ଯିବେ ୨ ଅଭିଯୁକ୍ତ

ଭୁବନେଶ୍ୱର() ଏକ ଘରୋଇ ଟିଭି ଚ୍ୟାନେଲ ଦ୍ୱାରା କୋଭିଡ଼ ଚିକିତ୍ସା ସମ୍ପର୍କିତ ଏକ ବିବାଦୀୟ ଅଡ଼ିଓ ପ୍ରସାରଣ ହୋଇଥିଲା । ଏହି ପ୍ରସଙ୍ଗରେ ଦୁଇ ଜଣଙ୍କୁ ଆଜି ଗିରଫ କରିଛି କମିଶନରେଟ ପୋଲିସ । ବର୍ତ୍ତମାନ ଗିରଫ ହୋଇଥିବା ଦୁଇ ଜଣଙ୍କୁ ରିମାଣ୍ଡରେ ନେବା ପାଇଁ ଏସଡ଼ିଜେଏମ କୋର୍ଟଙ୍କ ପକ୍ଷରୁ ଅନୁମତି ମିଳିଛି । ଆସନ୍ତା ବୁଧବାର ଠାରୁ ସେମାନଙ୍କୁ ୩ଦିନିଆ ରିମାଣ୍ଡରେ କମିସନରେଟ ପୋଲିସ ନେବ । କିନ୍ତୁ କୋର୍ଟରେ ୫ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା ପୋଲିସ ।

ଉଲ୍ଲେଖଯୋଗ୍ୟ ଯେ ଗିରଫ କରାଯାଇଥିବା ଦୁଇ ଜଣଙ୍କୁ ପଚରା ଉଚରା କରାଯିବା ପରେ ଭାଇରାଲ ହୋଇଥିବା ଅଡ଼ିଓ କ୍ଲିପକୁ ତିଆରି କରାଯାଇଥିଲା ବୋଲି କମିଶନରେଟ ପୋଲିସ ସୂଚନା ଦେଇଛି । ଉଦ୍ଦେଶ୍ୟମୂଳକ ଭାବେ ଏହି ଅଡ଼ିଓ କ୍ଲିପକୁ ତିଆରି କରାଯାଇଥିଲା । ଏହାସହ ଦୁଇ ଗିରଫଙ୍କ ମଧ୍ୟରେ ଜଣେ ଅରଟେଲ କର୍ମଚାରି ରହିଥିବା ନେଇ ଜଣାପଡ଼ିଛି ।

Share

Leave a Reply

Your email address will not be published. Required fields are marked *

3 − one =