ବିଜେଡି ମୋହ ଛାଡ଼ୁନି

ଭୁବନେଶ୍ୱର () ବହିସ୍କୃତ ହେବା ପରେବି ବିଜେଡି ମୋହ ଛାଡ଼ୁନି ଡାକ୍ତର ଦାମୋଦର ରାଉତଙ୍କ । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି । ସଭାପତିଙ୍କ ନିର୍ଦେଶରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ବିଜେଡି ସମ୍ପାଦକ ଭାବେ ବିଜୟ ନାୟକ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଜଣାଇଥିଲେ। କିନ୍ତୁ ଦମବାବୁ ବୋଧହୁଏ ଦଳର ସମ୍ବିଧାନ ଅନୁଯାଇ ଦଳ ସୁପ୍ରିମୋଙ୍କ ନିଷ୍ପତ୍ତି ହିଁ ସର୍ବୋଚ୍ଚ ନିଷ୍ପତି । ଏହା ଦାମଙ୍କ ବାଚାଳାମି ନା ବହିଷ୍କୃତ ହେବା ପରେ ନିଜର ରାଜନୈତିକ ଦକ୍ଷତା ଉପରେ ସନ୍ଦେହ ସୃଷ୍ଟି ହେଲାଣି ? ସେ ଦଳର କାର୍ଯ୍ୟକାରିଣୀ ସଦସ୍ୟ ଥିବାରୁ ତାଙ୍କୁ ଜଣେ ସମ୍ପାଦକଙ୍କ ପ୍ରେସ ଇସ୍ତାହାରରେ ବହିଷ୍କାର କରାଯାଇ ପାରିବନି ବୋଲି ଦାମ ଯୁକ୍ତି ବଢ଼ିଛନ୍ତି  । ତେଣୁ ସେ ଏବେବି ବିଜେଡିରେ ଅଛନ୍ତି ବୋଲି କହୁଛନ୍ତି ।

Share

Leave a Reply

Your email address will not be published. Required fields are marked *

five × 2 =