ମା ବିରାଜାଙ୍କ ନିକଟରେ ନବୀନଙ୍କ ପାଇଁ ଶୁଭ ମାନସିଲେ ବବି

ଯାଜପୁର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୭୪ ବର୍ଷରେ ପାଦ ଥାପିଛନ୍ତି ନବୀନ । ଓଡ଼ିଶାବାସୀଙ୍କ ସେହ୍ନ ଶ୍ରଦ୍ଦା ଓ ହୃଦୟ ଜିତି ଲଗାତର ୫ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ । ଯାହା ଦେଶରେ ବିରଳ । ୨୨ବର୍ଷ ତଳେ ଓଡ଼ିଶା ରାଜୀନୀତିରେ ପ୍ରବେଶ କରିଥିବା ନବୀନ ଆଜି ଯାଏ ଅପରାଜେୟ ଓ ଅପ୍ରତିଦ୍ୱନ୍ଦ୍ୱୀ ନେତାଭାବେ ଓଡ଼ିଶାରେ ନିରବଛିନ୍ନ ଶାସନ କରୁଛନ୍ତି । ଓଡ଼ିଶାର ଜନ ସାଧାରଣ ପ୍ରତିଥର ତାଙ୍କୁ ଅଧିକ ସମର୍ଥନ ଦେଇ ନିର୍ବାଚିତ କରୁଛନ୍ତି । ସେ ଓଡ଼ିଶାର ବିକାଶ ପୁରୁଷ ଭାବେ ବେଶ ପରିଚିତ । 

ଓଡ଼ିଶାକୁ ଏକ ନମ୍ବର କରିବା ପାଇଁ ସେ ସବୁବେଳେ ପ୍ରଚେଷ୍ଟା ଜାରି ରଖିଛନ୍ତି । ତେଣୁ କୋଟିକୋଟି ଓଡ଼ିଆଙ୍କ ମନର ମଣିଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ୭୩ ତମ ଜନ୍ମଦିନ ଅବସରରେ ଯାଜପୁର ବିଧାୟକ ତଥା ନବୀନଙ୍କ ଅତି ବିଶ୍ୱସ୍ତ ପ୍ରଣବ ପ୍ରକାଶ ଦାସ(ବବି) ମା ବିରଜାଙ୍କ ପାଖରେ ଶୁଭମନାସିଛନ୍ତି । ସକାଳୁ ମା ବିରାଜଙ୍କ ପାଖରେ ନିଜର ହଜାର ହଜାର ସମର୍ଥକଙ୍କ ସହ ପ୍ରଣବ ନବୀନଙ୍କ ଦୀଘାୟୁ କାମନା କରିବା ସହ ନବୀଙ୍କ ଶୁଭମାନସି ସମୂଳ ଦୀପଦାନ କରିଛନ୍ତି ।

ଏହାପରେ ବୃକ୍ଷରୋପଣ, ସକ୍ରୀୟ କର୍ମୀ କର୍ମଶାଳା, ରକ୍ତାଦନ ଶିବିର , ଯାଜପୁର ମେଡ଼ିକାଲରେ ଫଳବଣ୍ଟନ କରିଥିଲେ ବିଧାୟକ ପ୍ରଣବ ପ୍ରକାଶ ଦାସ । କେବଳ ସେତିକି ନୁହେଁ, ନବୀନବାବୁ ଯେପରି ସରଳ ଓ ପରଉପକାରୀ ସେପରି ହେବା ପାଇଁ ପ୍ରଣବ (ବବି) ଉପସ୍ଥିତ କର୍ମୀ ଓ ନେତାଙ୍କ ଆହ୍ୱାନ କରିଥିଲେ । ନବୀନବାବୁଙ୍କ ପରି ଭଲ ମଣିଷ ହଲେ ଆମ ଗାଁ ଓ ରାଜ୍ୟ ଉନ୍ନତି କରିବ ବୋଲି ପ୍ରଣବ କହିଛନ୍ତି । କାରଣ ନବୀନବାବୁଙ୍କ ଭାବମୃର୍ତ୍ତ ହି; ତାଙ୍କୁ ଆଜି ଅପରାଜେୟ ଓ ଅପ୍ରତିଦ୍ୱନ୍ଦ୍ୱୀ ନେତାଭାବେ ସାରା ବିଶ୍ୱରେ ପରିଚିତ କରାଇଛି ବୋଲି ସେ ବିଧାୟକ କହିଥିଲେ । ଶେଷରେ କର୍ମୀ ଓ ସାଧାରଣ ଲୋକମାନେ ନବୀନଙ୍କ ୭୩ ତମ ଜନ୍ମଦିନ ପାଇଁ କରିଥିବା କେକ୍ କାଟିଥିଲେ ବିଧାୟକ ପ୍ରଣବ ପ୍ରକାଶ ଦାସ ।

Share

Leave a Reply

Your email address will not be published. Required fields are marked *

1 + 6 =