ଜନ ସଂପର୍କ ପଦଯାତ୍ରାର ଅବଧି ବଢିଲା

ଭୁବନେଶ୍ବର () ବିଜେଡି ପକ୍ଷରୁ ଆରମ୍ଭ ହୋଇଥିବା ଜନସଂପର୍କ ପଦଯାତ୍ରା ଅବଧୀ ବଢିଲା । ନଭେମ୍ବର 2 ପରିବର୍ତ୍ତେ ନଭେମ୍ବର 30ରେ ସରିବ ପଦଯାତ୍ରା । ଆଜି ଏନେଇ ଦଳ ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ସବୁ ବିଧାୟକ, ସାଂସଦ, ମନ୍ତ୍ରୀ, ଜିଲ୍ଲା ସଭାପତି, ପର୍ଯ୍ୟବେକ୍ଷକଙ୍କ ଅବଗତ କରିଛନ୍ତି ।

ତିତଲି ବାତ୍ୟା ଓ ପରବର୍ତ୍ତି ବନ୍ୟା ପରିସ୍ଥିତି ଯୋଗୁଁ ରାଜ୍ୟର ବହୁ ଜିଲ୍ଲାରେ ଜନ ସଂପର୍କ ପଦଯାତ୍ରା ପ୍ରଭାବିତ ହୋଇଥିଲା । ପ୍ରଭାବିତ ଅଞ୍ଚଳରେ ବିଧାୟକ ଓ ଜିଲ୍ଲା ସଭାପତିମାନେ ରିଲିଫ ଓ ଉଦ୍ଧାର କାର୍ଯ୍ୟାରେ ଲାଗିଥିଲେ । ଫଳରେ ଦଳୀୟ ଜନ ସଂପର୍କ ଯାତ୍ରା ହୋଇପାରିନଥିଲା । ଏହାକୁ ଦୃଷ୍ଟିରେ ରଖି କିଛି ବିଧାୟକଙ୍କ ଅନୁରୋଧ କ୍ରମେ ଏହି ପଦଯାତ୍ରାର ଅବଧୀକୁ ନଭେମ୍ବର 30 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହାଦ୍ବାରା ବିଜେଡି ନେତାଙ୍କୁ ଲୋକଙ୍କ ଅଧିକ ନିକଟତର ହେବାକୁ ଅଧିକ ସୁଯୋଗ ମିଳିଛି ।

Share

Leave a Reply

Your email address will not be published. Required fields are marked *

one × two =