ପ୍ରତ୍ୟୁଷା ହେବେ ବିଜେପିର କନ୍ଧମାଳ ଏମପି ପ୍ରାର୍ଥୀ

ବିଜେଡିରେ ଏଥର ଟିକେଟ ନପାଇ କନ୍ଧମାଳ ଏମପି ପ୍ରତ୍ୟୁଷା ରାଜେଶ୍ୱରୀ କଂଗ୍ରେସ ଦଳରେ ସାମିଲ ହେବେ ବୋଲି ସେ ନିଜେ ଓ ପିସିସି ସଭାପତି ନିରଂଜନ ପଟ୍ଟନୟକ ଉଭୟ ଇସାରା ସେଇଥିଲେ ।କିନ୍ତୁ ହଠାତ ସେ ଆଜି ନାଟକୀୟ ଢଙ୍ଗରେ ବିଜେପିରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣ ପର୍ବ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ନହୋଇ ବିଜେପି ବିଧାୟକ ଦଳର ନେତା କେଭି ସିଂଦେଓଙ୍କ ଭୁବନେଶ୍ୱର ବାସଭବନରେ ହୋଇଥିଲା । ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା ଓ ବସନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରତ୍ୟୁଷାଙ୍କୁ ବିଜେପିରେ ଆଣିବା ଦିଗରେ କେଭି ମଧ୍ୟସ୍ଥତା କରିଥିବା ଓ ପ୍ରତ୍ୟୁଷା କନ୍ଧମାଳରୁ ବିଜେପିର ଲୋକସଭା ପ୍ରାର୍ଥୀ ହେଉଥିବା ଆଲୋଚନା ହେଉଛି ।

Share

Leave a Reply

Your email address will not be published. Required fields are marked *

one × 5 =