ବିଷ୍ଣୁ ପେଣ୍ଠିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହାୟତାର ହାତ

କୋରାପୁଟ() କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ଲାଠିଗୁଡା ଗ୍ରାମରେ ରୁହନ୍ତି ନକୁଳ ପେଣ୍ଠିଆଙ୍କ ପରିବାର । ନିଜର ତିନି ଛୋଟ ଛୁଆ (ଦୁଇ ପୁଅ ଓ ଗୋଟିଏ ଝିଅ) ଓ ପତ୍ନୀ ସହ ପାଞ୍ଚ ପ୍ରାଣୀ କୁଟୁମ୍ବ । ଆର୍ଥôକ ଦୂରାବସ୍ଥାରେ ରହୁଥିବା ନକୁଳ ପେଣ୍ଠିଆ ପର ଘରେ ମୁଲ ଲାଗି ପରିବାର ପ୍ରତିପୋଷଣ କରନ୍ତି । ଏହିପରିସ୍ଥଳେ ବୋଝ ଉପରେ ଲଳିତା ବିଡା ପରି ତାଙ୍କର ବଡ ପୁଅ(୫ ବର୍ଷ) ବିଷ୍ଣୁ ପେଣ୍ଠିଆଙ୍କ ଗୋଡ଼ରେ ଏକ ମାଂସ ପିଣ୍ଡୁଳା ଅହେତୁକ ଭାବେ ବଢୁଛି ।

ଗୋଟିଏ ପକ୍ଷରେ ଆର୍ଥôକ ସ୍ଥିତି ଭଲ ନଥିଲା ବେଳେ ଅନ୍ୟପଟେ ପୁଅର ଏହି ଦୁର୍ଦ୍ଧଶା ନକୁଳ ପେଣ୍ଠିଆଙ୍କର ଚିନ୍ତାକୁ ଦ୍ୱିଗୁଣିତ କରୁଥିଲା । ପାଖରେ ଅର୍ଥ ନଥାଇ ମଧ୍ୟ ସେ ବୋରିଗୁମ୍ମା, ଜୟପୁର, କୋରାପୁଟ ମେଡ଼ିକାଲରେ ପୁଅକୁ ଦେଖାଇଥିଲେ । ସେଠାରେ ଡାକ୍ତରମାନେ ବିଷ୍ଣୁଙ୍କର ଚିକିତ୍ସା କଟକ କିମ୍ବା ବ୍ରହ୍ମପୁରରେ କରିବା ପାଇଁ ପରାମର୍ଶ ଦେଇଥିଲେ ।

ନକୁଳ ପେଣ୍ଠିଆଙ୍କ ଏହି ଦୁଃଖଦ କାହାଣୀ ଏକ ଦୈନିକ ଖବର କାଗଜରେ ପ୍ରକାଶିତ ହୋଇଥିଲା ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଖବର ପଢିଥିଲେ । ବିଷ୍ଣୁଙ୍କର ଦୁର୍ଦ୍ଧଶାସଂପର୍କରେ ଜାଣିବା ପରେ ତାଙ୍କର ତୁରନ୍ତ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶକ୍ରମେ ‘ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ’, ଜୟପୁରର ଅଧିକାରୀମାନେ ତୁରନ୍ତ ଲାଠିଗୁଡ଼ା ଗ୍ରାମକୁ ଯାଇଥିଲେ । ସେହି ସମୟରେ ବିଷ୍ଣୁଙ୍କ ବାପା, ମା’ ମୁଲ ଲାଗିବାକୁ ବାହାରକୁ ଯାଇଥିଲେ । ସେମାନେ ଆସିବା ପର୍ଯ୍ୟନ୍ତ ଅଧିକାରୀମାନେ ଅପେକ୍ଷା କରିବା ସହ ବିଷ୍ଣୁଙ୍କ ବାପା ମା’ଙ୍କ ସହ ଆଲୋଚନା କରି ତା’ର ଚିକିତ୍ସା ପାଇଁ ସ୍ଥାନୀୟ ବୋରିଗୁମ୍ମା ହସ୍ପିଟାଲ ନେଇଥିଲେ । ପରେ କୋରାପୁଟ ମେଡ଼ିକାଲରେ ଆବଶ୍ୟକୀୟ ପରୀକ୍ଷା ପରେ ଏକ ଆମ୍ବୁଲାନ୍ସରେ ବିଷ୍ଣୁଙ୍କୁ କଟକ ବଡ ମେଡିକାଲ ପଠାଯାଇଥିଲା ।

ଆଜି ବିଷ୍ଣୁ ନିଜ ବାପା, ମା’ ଏବଂ ବୋରିଗୁମ୍ମାର ଆୟୁଷ ଡାକ୍ତର ଆଲୋକ ବିଶୋୟୀଙ୍କ ସହ କଟକ ବଡ଼ ମେଡିକାଲରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗକୁ ପଠାଯାଇଥିଲା । ବିଭାଗୀୟ ମୁଖ୍ୟ ଡଃ ଅନ୍ନଦା ପ୍ରସାଦ ପଟ୍ଟନାୟକ ତାଙ୍କର ଚିକିତ୍ସା ଆରମ୍ଭ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

five × 1 =