ନିର୍ବାଚନ ପରେ ଶାହାଙ୍କ ବଦଳିଲା ରୂପ

ଭୁବନେଶ୍ବର () କାଲି ଯାଏଁ ଥିଲେ ପୋଡ଼ା ଟ୍ରାନ୍ସଫର୍ମର । କିନ୍ତୁ ଏବେ ପୋଡ଼ା ଟ୍ରାନ୍‌ସଫରରେ ବିଜୁଳି ଜଳିଲା । ବାତ୍ୟା ବିଧ୍ବସ୍ତ ଅଞ୍ଚଳରେ ଅଧିକାଂଶ ଟ୍ରାନ୍‌ସଫରମର ମାଟିରେ ଶୋଇଯାଇଥିବା ବେଳେ ଆଜି ନବୀନଙ୍କ ଉପସ୍ଥିତିରେ ପୁରୀରେ ବିଜୁଳି ଜଳିଛି । ଆଉ ଠିକି ଏତିକିବେଳେ ବିଜେପି ସଭାପତି ଅମିତ ଶାହା, ନବୀନଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି, ଯାହାଙ୍କୁ ଦିନେ ସେ ପୋଡ଼ାଟ୍ରାନ୍‌ସଫର କହିଥିଲେ । ତେବେ ଶାହା ଏମିତି ବଦଳିଗଲେ କେମିତି। କାରଣ ତାଙ୍କୁ କୋଲକାତାରେ ଲାଗିଛି ୪୪୦ର ଝଟକା ।  ପଶ୍ଚିମବଙ୍ଗରେ ରୋଡ୍ ଶୋ ବେଳେ ଘଟିଥିବା ହିଂସାକୁ ନେଇ ମମତା ବାନାର୍ଜୀଙ୍କ ବିରୋଧରେ ବର୍ଷୁଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା । ହେଲେ ହଠାତ୍ ଆରମ୍ଭ ହୋଇଥିଲା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରଶଂସା । ପଶ୍ଚିମବଙ୍ଗରେ ହିଂସା ହେଉଛି, ହେଲେ ପଡ଼ୋଶୀ ଓଡ଼ିଶାରେ, ବିଜେଡି ଶାସନରେ ତ ଏମିତି ହେଉନି ବୋଲି ଶାହା କହିଛନ୍ତି । ଯେଉଁ ତୁଣ୍ଡରୁ ବିଜେଡି ସରକାର ଲାଗି ପୋଡ଼ା ଟ୍ରାନ୍ସଫର୍ମର, ବଙ୍ଗୋପସାଗରକୁ ଫିଙ୍ଗିବା ଭଳି କଥା ବାହାରୁଥିଲା, ସେଇଠି ଏବେ ନବୀନଙ୍କ ବନ୍ଦନା, ଖାଲି ରାଜ୍ୟ ନୁହେଁ, ସାରା ଦେଶର ରାଜନୀତି ପାରଦକୁ ଉପର ମୁହାଁ କରିଛି । ଶାହାଙ୍କ ତୁଣ୍ଡରେ ନବୀନଙ୍କ ପ୍ରଶଂସା ଶୁଣି ରାଜ୍ୟର ନେତାଏ ବି କନଫ୍ୟୁଜ୍‌ଡ । ଆସିଛି ରିଆକ୍‌ସନ। ପଶ୍ଚିମବଙ୍ଗ ହିଂସାକାଣ୍ଡ ପ୍ରତିବାଦରେ ଆଜି ଭୁବନେଶ୍ବରରେ ବିଜେପି ଧାରଣା ଦେଇଥିବା ବେଳେ ଏନେଇ ରଖିଛି ପ୍ରତିକ୍ରିୟା। ଗତକାଲି ଅିମିତ ଶାହାଙ୍କ କୋଲକାତା ରୋଡ ସୋ ବେଳେ ହୋଇଥିଲା  ହିଂସାକାଣ୍ଡ । ମୁହାଁମୁହିଁ ହୋଇଥିଲେ ବିଜେପି ଓ ଟିଏମସିର କର୍ମୀ । ପଥର ମାଡ଼ ସହ ନିଆଁ ଜଳିଲା । ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ବି ଭାଙ୍ଗିଲା । ଯାହାକୁ ନେଇ ଆଜି ଦିନ ସାରା ଚାଲିଛି ଆରୋପ – ପ୍ରତ୍ୟାରୋପ । ମମତାଙ୍କୁ ନିର୍ବାଚନ ପ୍ରଚାରରୁ ଦୂରେଇ ରହିବାକୁ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ସେହିଭଳି ଶାହାଙ୍କ ବିରୋଧରେ ହିଂସା ଅଭିଯୋଗ କରି କୋଲକାତାରେ ପଦଯାତ୍ରା ଲାଗି ଆହ୍ୱାନ କରିଛନ୍ତି ମମତା । ଶାହାଙ୍କ ବିରୋଧରେ ଥାନାରେ ମଧ୍ୟ ଏତଲା ହୋଇଛି । ସେପଟେ ଉତ୍ତର ପ୍ରଦେଶ ମୁଖ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ଦାବି କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

5 − three =