ବଜ୍ରପାତରେ ୨ ମୃତ

ଆଜି ଅପରାହ୍ନ ରେ ଘୁର୍ଣ୍ଣିଝଡ଼ ଓ କାଳ ବୈଶାଖୀ ଫଳରେ ବ୍ୟାପକ ଅଞ୍ଚଳରେ ଘଡଘଡି ସହ ବର୍ଷା ହୋଇଛି। ପ୍ରବଳ ପବନ ସହିତ ଧୂଳିଝଡ ଓ ବର୍ଷା ଯୋଗୁ ସାଧାରଣ ଜୀବନଯାତ୍ରାରେ ବ୍ୟାହାତ ହୋଇଛି ।

ବାଲେଶ୍ଵର ରେ ବଜ୍ରପାତ ରେ ୨ ମୃତ । ମୃତକ ମାନେ ହେଲେ ଶିଂଲା ଥାନା ଅନ୍ତର୍ଗତ ରାନେଶ୍ୱର ପୁର ଡିହ ଚକ ସର୍ଥା ର ବାବୁରାମ ସିଂ ଓ ବାସୁଦେବ ଜେନା ।ଚିଙ୍ଗୁଡ଼ି ଘେରି ରେ ଡିଜେଲ୍ ମେସିନ ସଜାଡିବାକୁ ୨ ଜଣ କାରିଗର ଯାଇଥିଲେ । ବାବୁରାମ ସିଂ ମେକାନିକ ସହ ବାସୁଦେବ ଜେନା ହେଲ୍ପର ଯାଇଥିଲେ । ତାଙ୍କ ସହ ଆଉ ୩ ଜଣ ଥିଲେ । ଘରକୁ ଫେରିବା ବେଳେ କାଳ ବୈଶାଖୀ ଯୋଗୁଁ ଏକ ଚିଙ୍ଗୁଡ଼ି ଘେରି ରେ ଥିବା କୁଡିଆ ରେ କିଛି ସମୟ ପାଇଁ ଆଶ୍ରୟ ନେଇଥିଲେ । ଅପରାହ୍ନ ୪ ଟା ୩୦ ବେଳେ ଏକ ବଜ୍ରପାତ ଦ୍ଵାରା ଦୁହେଙ୍କ ପ୍ରାଣବାୟୁ ଉଡିଯାଇ ଥିଲା । ୩ ଜଣ ସାମାନ୍ୟ ଆହତ ହୋଇଛନ୍ତି । ମୃତ ୨ଜଣଙ୍କୁ ଘଟଣାସ୍ଥଳରୁ ସଙ୍ଗେ ସଙ୍ଗେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ପରେ ଡାକ୍ତର ଦୁହେଁ ଙ୍କୁ ମୃତ ଘୋଷଣା କରିଥିଲେ ।

Share

Leave a Reply

Your email address will not be published. Required fields are marked *

15 − 2 =