ଭୁବନେଶ୍ବରରୁ ଆଉ ୨୯ ପଜିଟିଭ

ଭୁବନେଶ୍ୱର() ରାଜ୍ୟରେ ୫୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୯ଜଣ ଭୁବନେଶ୍ୱରର ହୋଇଥିବା ଜଣାପଡ଼ିଛି । ଚିହ୍ନଟ ହୋଇଥିବା ୨୯ଜଣଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୪ଜଣ, ସ୍ଥାନୀୟ ଅଞ୍ଚଳରୁ ୧୪ ଓ ଜଣେ କୋଭିଡ଼ ଯୋଦ୍ଧା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି ।

ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୧୪ଜଣ ଙ୍କ ମଧ୍ୟରୁ ଜଣେ ୪୬ବର୍ଷୀୟ ପୁରୁଷ ଡୁମୁଡୁମା ଅଞ୍ଚଳର ସୁବାସ ନଗର ବସ୍ତିରୁ ଚିହ୍ନଟ ହୋଇଛନ୍ତି । ସେହିପରି ଖଣ୍ଡଗିରି ରୁ ଜଣେ ୩୭ ବର୍ଷୀୟ ମହିଳା, ଘରୋଇ ହସ୍ପିଟାଲରୁ ୨୫, ୨୪ ବର୍ଷୀୟ ଯୁବତୀ, ୟୁନିଟ-୫ କେଶରିନଗର ବସ୍ତିରୁ ୩୩ବର୍ଷୀୟ ମହିଳା, ୟୁନିଟ-୧ର ବଏଜ ହାଇସ୍କୁଲ ନିକଟସ୍ଥ ଜଣେ ୪୨ବର୍ଷୀୟ ପୁରୁଷ, ଘରୋଇ ହସ୍ପିଟାଲରୁ ଜଣେ ୨୨ବର୍ଷୀୟ ଯୁବତୀ, ବଡ଼ଗଡ଼ ସ୍ଥିତ ବ୍ରିଟ କଲୋନୀର ଜଣେ ୩୭ ବର୍ଷୀୟ ମହିଳା, ବୋମିଖାଲର ଜୟ ଦୁର୍ଗାନଗରରୁ ଜଣେ ୨୯ ବର୍ଷୀୟ ଯୁବକ, ବରମୁଣ୍ଡାରରୁ ଜଣେ ୨୨ବର୍ଷୀୟ ଯୁବକ, ସହିଦ ନଗରରୁ ଜଣେ ୩୭ବର୍ଷୀୟ ପୁରୁଷ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।

Share

Leave a Reply

Your email address will not be published. Required fields are marked *

13 − 5 =