ବିଶ୍ବସ୍ତରୀୟ ଐତିହ୍ୟ ସହର ଢାଞ୍ଚାରେ ପୁରୀର ହେବ ପୁନଃନିର୍ମାଣ

ବାତ୍ୟା ପ୍ରଭାବିତଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ

ପୁରୀ () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଗସ୍ତ କରି ବାତ୍ୟା ପରବର୍ତ୍ତୀ ରିଲିଫ, ପୁନରୁଦ୍ଧାର ଓ ପୁନଃନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପୁରୀ ସର୍କିଟ ହାଉସରେ ସମୀକ୍ଷା କରି ପୁରୀ ସହରରେ ହୋଇଥିବା ବ୍ୟାପକ କ୍ଷୟକ୍ଷତି ପାଇଁ ଦୁଃଖ ପ୍ରକାଶ କରିଥିଲେ । ଏଥିସହ ପୁରୀର ବାସିନ୍ଦାଙ୍କୁ ପ୍ରତିଶ୍ରୁତି ଦେଇ କହିଥିଲେ ଯେ, ପୁରୀର ପୁନଃନିର୍ମାଣ କରାଯାଇ ଏହାକୁ ଏକ ବିଶ୍ୱସ୍ତରୀୟ ଐତିହ୍ୟ ସହରରେ ପରିଣତ କରାଯିବ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୁରୀ ସହର, ନିମାପଡା ଏନଏସି ଓ କୋଣାର୍କ ଅଞ୍ଚଳକୁ ଆଜି ରାତିରୁ ପର୍ଯ୍ୟାୟରେ ବିଦ୍ୟୁତ ସଂଯୋଗ କରାଯିବ । ମାତ୍ରାଧିକ ଗଛ ଉପୁଡିଥିବାରୁ ବିଦ୍ୟୁତ ପୁନଃସଂଯୋଗ ସମୟରେ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇ କାର୍ଯ୍ୟ କରାଯିବ । ଏହି ବ୍ୟାପକ କାର୍ଯ୍ୟରେ ସେ ଜନସାଧରଣଙ୍କ ସହଯୋଗ ଲୋଡିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୁରୀ ଜିଲ୍ଲାକୁ ତିନୋଟି ଉତ୍ସରୁ ବିଦ୍ୟୁତ ଆସିଥାଏ ଏବଂ ଏହି ତିନୋଟିଯାକ ଉତ୍ସ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । ହଜାର ହଜାର କର୍ମଚାରୀ ଦିନରାତି କାମ କରିବା ପରେ ଗୋଟିଏ ଉତ୍ସର ମରାମତି କରାଯାଇ ଆଜିଠାରୁ ପୁରୀ ସହରକୁ ବିଦ୍ୟୁତ ଦିଆଯିବ । ବିଦ୍ୟୁତ ପୁନଃସଂଯୋଗ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ମଙ୍ଗରାଜ ରାଓଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରି ତାଙ୍କ ପରିବାରକୁ ସମବେଦନା ଜଣାଇଥିଲେ ।

ଏଥିସହ ମୁଖ୍ୟମନ୍ତ୍ରୀ ଆଜି ପୁରୀର ବାତ୍ୟା ପ୍ରଭାବିତଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ପୁନଃସଂଯୋଗ ହୋଇନଥିବା ଅଞ୍ଚଳରେ ବିଦ୍ୟୁତ ନଆସିବା ପର୍ଯ୍ୟନ୍ତ ପ୍ରତି ପରିବାରକୁ 10 ଦିନରେ ଥରେ ଅଢେଇ ଲିଟର କିରୋସିନ ମମଗଣାରେ ଜୋଗାଇଦିଆଜିବ । ରାସନ କାର୍ଡ ଥାଉ ବା ନଥାଉ, ପ୍ରତି ପରିବାରକୁ 50 କେଜି ଚାଉଳ ଦିଆଯିବ । ରିଲିଫ କୋର୍ଡ ଅନୁଯାୟୀ ଘରଭଙ୍ଗା କ୍ଷୟକ୍ଷତି ଆକଳନ କରାଯାଉଛି ଏବଂ ଏକ ସପ୍ତାହ ମଧ୍ୟରେ ଏହା ସମ୍ପୂର୍ଣ୍ଣ ହେବ । ଏହାସହିତ କ୍ଷତିଗ୍ରସ୍ତ ଅଂଚଳରେ 10 ଲକ୍ଷ ମହମବତୀ ଦିଆଯିବା ସହ ଆସନ୍ତା 2 ମାସ ପାଇଁ ମାଗଣା ସାନିଟାରୀ ନାପକିନ ଯୋଗାଇଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

5 × two =