ବାଲୁଖଣ୍ଡକୁ ଫେରିଲେ ଚିତ୍ରା ହରିଣ, ସିସିଟିଭିରେ କଏଦ ହେଲା ଫଟୋ

ଭୁବନେଶ୍ୱର () ବାତ୍ୟା ଫନିର ତାଣ୍ଡବ ପରେ ବାଲୁଖଣ୍ଡ ଅଭୟାରଣ୍ୟର ବିରଳ ଚିତ୍ରା ହରିଣଙ୍କୁ ନେଇ ଉଠିଥିଲା ପ୍ରଶ୍ନ । ସେମାନେ ଜୀବିତ ଅଛନ୍ତି ନା ଅଭୟାରଣ୍ୟ ଛାଡି ପଳେଇଛନ୍ତି ସେ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ହେଲେ ସବୁ ସନ୍ଦେହ ଦୂର କରି ଆଜି ସୂଚନା ଓ ଲୋକ ସମ୍ପର୍କ ବିଭାଗ ଗତ ରାତିରେ ହରିଣଙ୍କ ସିସିଟିଭି ଫଟୋ ଜାରି କରିଛି । ଏହି ଫଟୋଗୁଡିକ ଗତକାଲି ବିଳମ୍ବିତ ରାତିରେ ସିସିଟିଭିରେ କଏଦ ହୋଇଛି । ହରିଣଙ୍କ ସମ୍ପର୍କରେ ଜାଣିବା ପାଇଁ ବାଲୁଖଣ୍ଡର ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯାଇଥିଲା । ଏହି ଫଟୋ ସୂଚାଇ ଦେଉଛି ଯେ ବାଲୁଖଣ୍ଡକୁ ପୁଣି ଥରେ ଏହି ବିରଳ ହରିଣ ଫେରି ଆସିଛନ୍ତି ।
Share

Leave a Reply

Your email address will not be published. Required fields are marked *

six + twenty =