ଆସନ୍ତା କାଲି ଖୋଲିବ ନନ୍ଦନକାନନ

ଭୁବନେଶ୍ବର()  ଫୋନି ବାତ୍ୟା ପାଇଁ ବିଶେଷ ଭାବେ ପ୍ରଭାବିତ ହୋଇ ବନ୍ଦ ପଡିଥିବା ରାଜ୍ୟର ସବୁଠୁ ବଡ ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ପୁଣି ଥରେ ଖୋଲାଯିବ । ମେ ୨୧ରେ ପ୍ରାଣୀଉଦ୍ୟାନ ଖୋଲିବ ବୋଲି କୁହାଯାଉଥିଲା ।ବୈଷୟିକ କମିଟି ପ୍ରାଣୀ ଉଦ୍ୟାନ ପରିଦର୍ଶନ ପରେ ଏପରି ନିଷ୍ପତ୍ତି ନେଇଛନ୍ତି ।

ସୂଚନାଯୋଗ୍ୟ ନନ୍ଦନକାନନ ପରିସରରେ ଥିବା ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଥିବା ବେଳେ ବିଦ୍ୟୁତ୍ ତାର ବି ଛିଣ୍ଡି ତଳେ ପଡ଼ିଥିଲା। ତେବେ ସୌଭାଗ୍ୟବଶତଃ ଜୀବଜନ୍ତୁ ବର୍ତ୍ତି ଯାଇଥିଲେ । ତେବେ ନନ୍ଦନକାନନର ପୁନରୁଦ୍ଧାର ପାଇଁ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲେ କର୍ତୃପକ୍ଷ ।

Share

Leave a Reply

Your email address will not be published. Required fields are marked *

16 + eighteen =