ଶିକ୍ଷକ ଆନ୍ଦୋଳନ ଫସରଫାଟିଲା

ଦୀର୍ଘ ୩୭ ଦିନ ଧରି ଗାନ୍ଧିମାର୍ଗରେ ଧାରଣା ଦେବା ପରେ ଏଭଳି ନିଷ୍ପତି ନେଇଛି ଶିକ୍ଷକ ଓ କର୍ମଚାରୀ ମିଳିତ ମଞ୍ଚ। ଆସନ୍ତା ୨୪ ତାରିଖ ଠାରୁ କାର‌୍ୟ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ ପାଇଁ ମିଳିତ ମଞ୍ଚ ନିଷ୍ପତି ନେଇଥିବା ଜଣାପଡ଼ିଛି। ତେବେ ସେମାନେ ବିଦ୍ୟାଳୟକୁ ଫେରି କଳା ବ୍ୟାଜ ପିନ୍ଧି ପାଠ ପଢାଇବା ନେଇ ମଞ୍ଚର ଆବାହକ ପ୍ରକାଶ କରିଛନ୍ତି ।
ମିଳିତ ମଞ୍ଚର ନିଷ୍ପତି ଅନୁଯାୟୀ, ଧାରଣାରେ ବସିଥିବା ଶିକ୍ଷକ ଓ ଅଧ୍ୟାପକମାନେ ପୁନର୍ବାର ସ୍କୁଲକୁ ଫେରି ପାଠ ପଢାଇବେ। ମାତ୍ର ସେମାନେ କଳାବ୍ୟାଜ୍ ପିନ୍ଧି ସ୍କୁଲରେ ପାଠ ପଢାଇବେ। ଏହାବ୍ୟତିତ ଭୁବନେଶ୍ୱରରେ ମଧ୍ୟ ପୂର୍ବଭଳି ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତି ନିଆଯାଇଛି। ଦୈନିକ ୨ଟି ଜିଲ୍ଲାର ଶିକ୍ଷକ ଆସି ଆନ୍ଦୋଳନ ଚାଲୁ ରଖିବେ। ଗାନ୍ଧି ଜୟନ୍ତୀ ଦିନ ସବୁ ଜିଲ୍ଲପାଳଙ୍କ ଅଫିସ ଆଗରେ ଧାରଣା ଦିଆଯିବ। ଆସନ୍ତା ଅକ୍ଟୋବର ୯ ତାରିଖରେ ମିଳିତ ମଞ୍ଚ ପକ୍ଷରୁ ବିଶାଳ ସମାବେଶ କରାଯିବ ବୋଲି ମିଳିତ ମଞ୍ଚ ସୂଚନା ଦେଇଛି। ସେହିପରି ଯଦି ସରକାର ସେମାନଙ୍କ ନାର‌୍ୟ୍ୟ ଦାବିକୁ ପୂରଣ ନକରନ୍ତି ତେବେ ଆଗାମୀ ନିର୍ବାଚନରେ ସହଯୋଗ କରାଯିବ ନାହିଁ ବୋଲି ମଞ୍ଚ ଚେତାବନୀ ଦେଇଛି ।
ସୂଚନାଯୋଗ୍ୟ, ବାରମ୍ବାର ସରକାର ଓ ମିଳିତ ମଞ୍ଚ ମଧ୍ୟରେ ବୈଠକ ବସିଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରୁନାହିଁ। ସରକାର ଶିକ୍ଷକମାନଙ୍କ ଥିବା ଦାବି ଗୁଡିକୁ ପୂରଣ କରୁନଥିବା ବେଳେ ଶିକ୍ଷକମାନେ ଦୀର୍ଘ ୩୭ ଦିନ ଧରି ଗାନ୍ଧିମାର୍ଗରେ ଆନ୍ଦୋଳନ ଜାରି ରଖିଛନ୍ତି। ସରକାର ତାଙ୍କର ଥିବା ମୌଳିକ ଦାବିକୁ ସରକାର ପୂରଣ କରୁନଥିବାରୁ ମିଳିତ ଶିକ୍ଷକ ଓ ଅଧ୍ୟାପକ ମଞ୍ଚ ପକ୍ଷରୁ ଉପରୋକ୍ତ ଉପାୟରେ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତି ନିଆଯାଇଛି ।

Share

Leave a Reply

Your email address will not be published. Required fields are marked *

5 × five =