ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 

ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଆଜି ଏସିଆ କପ୍ ସୁପର-୪ ମୁକାବିଲାରେ ପୁଣି ଥରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବ ଟକ୍କର । ୪ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ମୁହାଁମୁହିଁ ହେବାକୁ ଯାଉଛନ୍ତି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ । ଦୁବାଇରେ ଆଜି ଅପରାହ୍ନ ୫ଟାରେ ହେବ ଏହି ହାଇ ଭୋଲଟେଜ୍ ମ୍ୟାଚ୍ । ଲିଗ୍ ପର୍ଯ୍ୟାୟ ମ୍ୟାଚରେ ୮ ୱିକେଟରେ ପାକିସ୍ତାନକୁ ହରାଇଥିଲା ଭାରତ । ତେଣୁ ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଆତ୍ମବିଶ୍ୱାସ ବେଶ୍ ଉଚ୍ଚା ରହିବ । ତେବେ ଅନେକ ସମୟରେ ବିପର୍ଯ୍ୟୟ ସୃଷ୍ଟି କରିବାକୁ କ୍ଷମତା ରଖୁଥିବା ପାକିସ୍ତାନ ଦଳକୁ ହାଲୁକା ଭାବେ ନେଇପାରିବନି ଭାରତ । ୩ ଟି ମ୍ୟାଚ୍ ଖେଳି ସବୁଥିରେ ବିଜୟୀ ହୋଇଥିବା ଭାରତୀୟ ଦଳ ଏହି ମ୍ୟାଚ୍ ଜିତି ଫାଇନାଲରେ ସ୍ଥାନ ସୁରକ୍ଷିତ କରିବା ଲକ୍ଷ୍ୟରେ ରହିବ ।

Share

Leave a Reply

Your email address will not be published. Required fields are marked *

1 × one =