ନେତା ନାଚିଲେ ଗାଇଲେ, ଜନତାଙ୍କ ମନ ପ୍ରଫୁଲ୍ଲ ରହିବ

ଭୁବନେଶ୍ୱର() ଅପରାଜିତା ଷଡ଼ଙ୍ଗୀଙ୍କ ଜନ୍ମଦିନ ପାର୍ଟିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ। ସୁର କହିଛନ୍ତି, ଅପରାଜିତା ଜଣେ ଉଚ୍ଚ ଅଫିସର ଥିଲେ, ଦେଖିବାକୁ ସୁନ୍ଦର, ତାଙ୍କ ବ୍ୟବହାର ବି ସୁନ୍ଦର, ସମସ୍ତଙ୍କ ସହିତ ମିଶନ୍ତି। ଯଦି ସେ ନିଜ ଜନ୍ମଦିନରେ ନାଚିଲେ ଗାଇଲେ ତାହେଲେ କଣ ଭାସିଗଲା ? ଜଣେ ସାଂସଦ ହୋଇଗଲେ ବୋଲି ସେ କଣ ନାଚିବେନି, ଗାଇବେନି ? କୋଭିଡ କଟକଣା ଉଲଙ୍ଘନ ମାମଲା ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଜବାବରେ ସୁର କହିଛନ୍ତି, କି କୋଭିଡ, ନଚାନଚି କଲେ କୋଭିଡ ପଳେଇବ। ନେତା ଯଦି ନାଚିବେ, ସମସ୍ତେ ନାଚିବେ ତାହେଲେ ରାଜ୍ୟର ବିକାଶ ହେବ। ନେତା ଯଦି ଭଲ ଗୀତ ଗାଇବେ ତାହେଲେ ଜନତା ମନୋରଞ୍ଜନରେ ବୁଡି ଯିବେ, ଭରି ବଢିଆ ହେବ, କାମ କରିବାକୁ ଉତ୍ସାହ ବଢିବ। ଆଗକୁ ସେ କହିଛନ୍ତି, ନେତା ନାଚିଲେ ଗାଇଲେ, ଜନତାଙ୍କ ମନ ପ୍ରଫୁଲ୍ଲ ରହିବ, ଆନନ୍ଦ ରହିବ। ଅପରାଜିତା ଷଡ଼ଙ୍ଗୀ ଯେଉଁ କାମ କରିଛନ୍ତି ବଢିଆ କାମ କରିଛନ୍ତି। ଟୋକାମାନେ ବହୁତ ଆଗେଇବେ। କାମ କରିବ ପାଇଁ ଉତ୍ସାହ ବଢିବ। ଝିଅମାନଙ୍କର ମଧ୍ୟ କାମ ପ୍ରତି ଆଗ୍ରହ ବଢିବ।

କୋଭିଡ କଟକଣାକୁ ନେଇ ସୁର କହିଛନ୍ତି, କି କଟକଣା ? ଭୋଟ ପାଇଁ କେନ୍ଦ୍ର ସରକାର କଟକଣା କୋହଳ କରିଛନ୍ତି। ବିହାର ଭୋଟ ପାଇଁ ମୋଦି କଟକଣା କୋହଳ କରିଛନ୍ତି। ବର୍ତ୍ତମାନ ୧୦୦ ଜଣ ଏକାଠି ହୋଇପାରିବେ। ଅପରାଜିତା କିଛି ଭୁଲ କରିନାହାନ୍ତି। ଯାହା କରିଛନ୍ତି ଭରି ବଢିଆ କରିଛନ୍ତି। ମୁଁ ତାଙ୍କ ଉପରେ ଖୁସି।

Share

Leave a Reply

Your email address will not be published. Required fields are marked *

two × 3 =