ଆଇପିଏଲ ୨୦୨୧: ଚେନ୍ନାଇର ପ୍ରଥମେ ବୋଲିଂ ନିଷ୍ପତ୍ତି

ମୁମ୍ବାଇ: ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଓ ପଞ୍ଜାବ କିଙ୍ଗସ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଚେନ୍ନାଇ । ତେଣୁ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇଛି ପଞ୍ଜାବ ଦଳ । ଚେନ୍ନାଇ ନିଜ ପ୍ରଥମ ବିଜୟ ଲକ୍ଷ୍ୟରେ ରହିଥିବା ବେଳେ ପଞ୍ଜାବ ବିଜୟ ଧାରା ଜାରି ରଖିବାକୁ ଜୋରଦାର ପ୍ରୟାସ କରିବ ।

ଚେନ୍ନାଇ ଏବଂ ପଞ୍ଜାବ ମଧ୍ୟରେ ଏଯାଏଁ ମୋଟ ୨୩ଟି ମ୍ୟାଚ ଖେଳାଯାଇଥିବା ବେଳେ ଚେନ୍ନାଇ ୧୪ଟି ଏବଂ ପଞ୍ଜାବ ୯ଟି ମ୍ୟାଚ ଜିତିଛି । ଚେନ୍ନାଇ ଦଳରେ ସୁରେଶ ରାଇନା, ବ୍ରାଭୋ, ଫାପ ଡୁପ୍ଲେସିସ, ମହେନ୍ଦ୍ର ସିଂ ଧୋନୀଙ୍କ ଭଳି ଦମଦାର ଖେଳାଳି ରହିଛନ୍ତି । ସେହିପରି ପଞ୍ଜାବ ଦଳରେ କେଏଲ ରାହୁଲ, ମୟଙ୍କ ଅଗ୍ରୱାଲ ଓ କ୍ରିସ ଗେଲ ଭଳି ଦୁର୍ଦ୍ଦଶ ବ୍ୟାଟ୍ସମ୍ୟାନ ରହିଛନ୍ତି ।

Share

Leave a Reply

Your email address will not be published. Required fields are marked *

15 − 12 =