ଗାଁ ଭୋଟର କାହାର?

ଭୁବନେଶ୍ୱର: ଆସୁଛି ପଞ୍ଚାୟତ ଓ ପୌର ନିର୍ବାଚନ । ଗାଁ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଲାଗିଲାଣି ଛକାପଞ୍ଝା । ଏବେଠାରୁ ପଞ୍ଚାୟତ ଜଗିଲେଣି ବଡ଼ ବିଧାୟକ ଓ ମନ୍ତ୍ରୀ । ତୃଣମୂଳ ସ୍ତରକୁ ଯାଇ ଘନ ଘନ ବୈଠକ କରିବା ସହ ବୁଥସ୍ତରରୁ ସୁଦୃଢ଼ କରିବା ଲାଗି ଲାଗି ପଡିଛନ୍ତି ରାଜନେତା । ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ଗାଁ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ନିଜର ରାଜନୈତିକ ରଣ କୌଷଣ ଜାରି କରିଲେଣି ।

ବିଜେଡ଼ି ଜିଲ୍ଲା ସ୍ତରୀୟ ପର୍ଯ୍ୟବେକ୍ଷକଙ୍କୁ ଦାୟିତ୍ୱ ଦେଇ ସାରିଲାଣି । ଏପରିକି ମହିଳା ଭୋଟରଙ୍କ ଲାଗି ମହିଳା ପର୍ଯ୍ୟବେକ୍ଷକଙ୍କୁ ମଧ୍ୟ ଦାୟିତ୍ୱ ଦେଇଛି । ସେପଟେ କଂଗ୍ରେସ ଓ ବିଜେପି ମଧ୍ୟ ତୃଣମୂଳ ସ୍ତରକୁ ଯିବା ଲାଗି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ସାରିଛନ୍ତି । ସେପଟେ ପଞ୍ଚାୟତ ପ୍ରତିନିଧିଙ୍କ କାର୍ଯ୍ୟକାଳ ସରି ଆସୁଥିବାରୁ ଶେଷ ସମୟରେ ପଡିରହିଥିବା କାମ କରିଛନ୍ତି । ୨୦୨୪ରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ପଞ୍ଚାୟତ ନିର୍ବାଚନ ୨୦୨୨ରେ ହେବ । ଏଣୁ ଏହା ସେମିଫାଇନାଲ ସଦୃଶ । ଏଣୁ ୨୦୨୨ର ରେଜଲ୍ଟ ୨୦୨୪ ନିର୍ବାଚନ ଉପରେ ନିର୍ଭର କରେ । ଏଣୁ ପଞ୍ଚାୟତ ଓ ପୌର ନିର୍ବାଚନକୁ ଗୁରୁତ୍ୱର ସହ ନେଉଛନ୍ତି ପ୍ରମୁଖ ରାଜନୈତିକ ଦଳ । ଗାଁ ଗାଁକୁ ଯାଇ ବିଧାୟକମାନେ ମାନେ ଘନ ଘନ ବୈଠକମାନ କରୁଛନ୍ତି । ତେବେ ଆଗାମୀ ଦିନରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ଭୋଟର କାହା ସପକ୍ଷରେ ଯାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

Share

Leave a Reply

Your email address will not be published. Required fields are marked *

4 + sixteen =