ଆସନ୍ତା ୨୭ରେ ନିର୍ବାଚନ କମିଶନର ଗୁରୁତ୍ବପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ଆସନ୍ତା ୨୭ତାରିଖରେ ବସିବାକୁ ଯାଉଛି ନିର୍ବାଚନ କମିଶନ ଗୁରୁତ୍ବପୂର୍ଣ୍ଣ ବୈଠକ । ଦିଲ୍ଲୀରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳର ବୈଠକ ଡାକିଛନ୍ତି । ଏଥିରେ ସମସ୍ତ ସ୍ବୀକୃତିପ୍ରାପ୍ତ ଜାତୀୟ ଓ ରାଜ୍ୟସ୍ତରୀୟ ଦଳ ଅଂଶଗ୍ରହଣ କରିବେ । ବୈଠକରେ ୭ଟି ଜାତୀୟ ଦଳ ଓ ୫୧ଟି ରାଜ୍ୟସ୍ତରୀୟ ଦଳର ପ୍ରତିନିଧିଙ୍କୁ ଯୋଗଦେବା ଲାଗି ଆମନ୍ତ୍ରଣ କରାଯାଇଛି । ବୈଠକରେ ଭୋଟର ତାଲିକାରେ ସଂଶୋଧନ ଓ ସ୍ବଚ୍ଛତା ବଜାୟ ରଖିବା, ଦଳୀୟ ସଂଗଠନ ଓ ନିର୍ବାଚନରେ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ବୃଦ୍ଧି ଆଦି ପ୍ରସଙ୍ଗରେ ଆଲୋଚନା ହେବ । ଏଥିସହ ନିର୍ବାଚନ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଏବଂ ଠିକ୍ ସମୟରେ ଅଡିଟ୍ ରିପୋର୍ଟ ଓ ଖର୍ଚ୍ଚର ସମସ୍ତ ବିବରଣୀ ଦାଖଲ କରିବା, ଇଭିଏମ୍ ଓ ଭିଭିପାଟ ବ୍ୟବହାର ଆଦି ପ୍ରସଙ୍ଗରେ ଆଲୋଚନା ହେବାର ସମ୍ଭାବନା ରହିଛି ।

Share

Leave a Reply

Your email address will not be published. Required fields are marked *

12 − three =