ପଦକ ତାଲିକାରେ ଅଷ୍ଟମ ସ୍ଥାନରେ ଭାରତ

ଜାକର୍ତା: ଭାରତୀୟ ଦଳ ଇଣ୍ଡୋନେସିଆ ଜାକର୍ତାରେ ଖେଳା ଯାଉଥିବା ୧୮ତମ ଏସିଆନ୍ ଗେମସରେ ମୋଟ୍ ୨୬ଟି ପଦକ ସହ ଭାରତ ପଦକ ତାଲିକାରେ ଅଷ୍ଟମ ସ୍ଥାନରେ ରହିଛି । ଦେଶକୁ ୬ଟି ସ୍ୱର୍ଣ୍ଣ ପଦକ ମିଳିଥିବା ବେଳେ ୫ଟି ରୌପ୍ୟ ଏବଂ ୧୫ଟି ବ୍ରୋଞ୍ଜ ମିଳିଛି । ଆଜି ସପ୍ତମ ଦିନରେ ଭାରତ ସ୍କ୍ୱାସରେ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ରହିଛି । ଜୋଶନା ଚିନପ୍ପା ଏବଂ ଦୀପିକା ପଲ୍ଲିକଲ ଭାରତକୁ ବୋଞ୍ଜ ପଦକ ଦେଇଛନ୍ତି । ମାଲେସିଆ ଷ୍ଟାର୍ ସିବସଗରୀଙ୍କ ଠାରୁ ୧-୩ରେ ପରାସ୍ତ ହୋଇଛନ୍ତି ଜୋଶନା । ଡବଲ୍ସ୍ ବ୍ୟାଡମିଂଟନରେ ଅଶ୍ୱିନୀ ପୋନପ୍ପା ଏବଂ ସିକ୍କା ରେଡିଙ୍କ ଯୋଡି ପରାଜୟର ସାମ୍ନା କରିଛି । ବିଶ୍ୱର ୩ନମ୍ବର ଚୀନ ଯୋଡି ଭାରତୀୟଙ୍କୁ ୧୧-୨୧, ୨୨-୨୪ ରେ ଡବଲ୍ସ୍ କ୍ୱାଟରଫାଇନାଲରେ ମାତ୍ ଦେଇଛି ।

 

Share

Leave a Reply

Your email address will not be published. Required fields are marked *

15 − 10 =