ଧରିତ୍ରୀ ପରେ ବର୍ଷା ପାଇଁ ମେସିହା ସାଜିଲେ ବବି

ଯାଜପୁର () ଯାଜପୁର ବିଧାୟକ ତଥା ବିଜେଡିର ୟୁଥ ଆଇକନ ବୋଲାଯାଉଥିବା ପ୍ରଣବ ପ୍ରକାଶ ଦାସ ଓରଫ ବବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହିଳା ସଶକ୍ତିକରଣ ଓ ସୁରକ୍ଷା ନାରାକୁ ଯେମିତି ନିଜ ଜୀବନର ଅନ୍ୟତମ ବ୍ରତ ଭାବେ ଗ୍ରହଣ କରିନେଇଛନ୍ତି । ପୂର୍ବରୁ ଅଳିଆ ଗଦାରୁ ଏକ ପରିତ୍ୟକ୍ତା ଶିଶୁକନ୍ୟାକୁ ଉଦ୍ଧାର କରି ଚର୍ଚ୍ଚାକୁ ଆସିଥିବା ବବି ଆଜି ଏକ ଥାଲାସେମିଆ ରୋଗରେ ପିଡିତ ଶିଶୁକନ୍ୟାକୁ ନିଜ ରକ୍ତ ଦେଇ ନୂଆ ଜୀବନ ଦେଇଛନ୍ତି ।

ବିଜେଡିର ସବୁଠାରୁ ପାୱାରଫୁଲ ବିଧାୟକ ବବି ଦାସ ନିଜ ନିର୍ବାଚନମଣ୍ଡଳୀର ଏକ 7 ବର୍ଷର ଶିଶୁ କନ୍ୟାକୁ ରକ୍ତ ଦେଇ ଏବେ ଏକ ଉଦାହାରଣ ସୃଷ୍ଟି କରିଛନ୍ତି । କିଏ ସେ କୁନି ଝିଅ ? ଯାହାକୁ ବବି ରକ୍ତ ଦେଇ ନୂଆ ଜୀବନ ଦେଇଛନ୍ତି । ସାରା ଓଡ଼ିଶାର ଏହି ୟୁଥ ଆଇକନ ଜନନାୟକର ପ୍ରକୃତ ଧର୍ମ କିଭଳି ପାଳନ ହୁଏ ତାର ପୁଣି ଏକ ନମୁନା ଦେଖାଇଛନ୍ତି।

ପାଟକୁରା ନିର୍ବାଚନର ଦାଇତ୍ବ ସାରି ନିଜ ନିର୍ବାଚନମଣ୍ଡଳୀରେ ଲୋକଙ୍କ ସୁଖଦୁଃଖର ସାଥି ହେବାକୁ ପହଞ୍ଚିଥିଲେ । ନିଜ ନିର୍ବାଚନମଣ୍ଡଳୀ ଆଙ୍କୁଲା ଗ୍ରାମର ଥାଲାସେମିଆ ରୋଗରେ ପୀଡିତ 7 ବର୍ଷର ଶିଶୁକନ୍ୟା ବର୍ଷା ମଲ୍ଲିକ ଯାଜପୁର ସଦର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଖବର ପାଇ ବିଧାୟକ ତୁରନ୍ତ ଡାକ୍ତରଖାନାରେ ତାକୁ ଭେଟିଲେ । ଡାକ୍ତରଙ୍କ ସହ କୁନି ଝିଅର ସ୍ବାସ୍ଥ୍ୟ ବିଷୟରେ ବୁଝିଥିଲେ। କୁନି ଝିଅକୁ ମାସିକ ୨ ୟୁନିଟ୍‌ ରକ୍ତ ଦରକାର ବୋଲି କହିଥିଲେ ଡାକ୍ତର। ଏହାଶୁଣି ପ୍ରଣବ ନିଜେ କୁନି ଝିଅକୁ ରକ୍ତ ଦେବାକୁ ଆଗ୍ରହ ଦେଖାଇଥିଲେ ଏବଂ ରକ୍ତ ଦାନ ମଧ୍ୟ କରିଥିଲେ। କୁନି ଝିଅର ଚିକିତ୍ସାରେ ଯେଭଳି କିଛି ବିଭ୍ରାଟ ନରୁହେ ସେଥିପ୍ରତି ଧ୍ୟାନ ଦେବାକୁ ଡାକ୍ତରଙ୍କୁ ବିଧାୟକ କହିଥିଲେ।

ଏଥି ସହିତ ପ୍ରଣବ ପ୍ରକାଶ ଦାସ କହିଛନ୍ତି ଯେ, ‘କୁନି ଝିଅଟିର ଜୀବନ ବଞ୍ଚେଇ ରଖିବାକୁ ପ୍ରତିମାସ ଦୁଇ ୟୁନିଟ ରକ୍ତ (O+ve) ଆବଶ୍ୟକ ପଡ଼ୁଛି। ସେଥିପାଇଁ ମୁଁ ଆଜି ରକ୍ତଦାନ କରି ଅତ୍ୟନ୍ତ ଆୱେସମ୍ ଫିଲ୍ କରିବା ସହିତ ବହୁତ ଆତ୍ମସନ୍ତୋଷ ଲାଭ କରିଛି। ଏବଂ ଆପଣ ମାନଙ୍କୁ ମଧ୍ୟ ଅନୁରୋଧ କରୁଛି ଶିଶୁକନ୍ୟାଟି ପ୍ରତି ଦୟାଶୀଳ ହୋଇ ଆପଣ ବି ଗୋଟେ ୟୁନିଟ ରକ୍ତଦାନ କରନ୍ତୁ ବୋଲି ପ୍ରଣବ ପ୍ରକାଶ ଦାସ କହିଛନ୍ତି।’

ଏହା ପୂର୍ବରୁ ସେହି ଯାଜପୁର ଜିଲ୍ଲାରେ ଏକ ଶିଶୁ କନ୍ୟାକୁ କେହି ଜଣେ ଅଳିଆ ଗଦାରେ ପକାଇଦେଇଥିଲେ ଯାହାକୁ ଉଦ୍ଧାର କରି ତା ନାଁ ଧରିତ୍ରୀ ବୋଲି ଦେଇଥିଲେ। ସେ ନିଜେ ଧରିତ୍ରୀର ସମ୍ପୂର୍ଣ ରକ୍ଷଣାବେକ୍ଷଣ ଦାୟିତ୍ବ ନେଇଥିଲେ।

Share

Leave a Reply

Your email address will not be published. Required fields are marked *

3 × three =