ବଦଳିଲେ ୬ ରାଜ୍ୟପାଳ

ନୂଆଦିଲ୍ଲୀ()  ବଦଳିଲେ ୬ ରାଜ୍ୟପାଳ । ବିହାରର ରାଜ୍ୟପାଳ ଲାଲଜି ଟଣ୍ଡନଙ୍କୁ ମଧ୍ୟପ୍ରଦେଶ ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଛି। ମଧ୍ୟପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ୍ ପଟେଲଙ୍କୁ ୟୁପିର ରାଜ୍ୟପାଳ ଭାବେ ବଦଳି କରାଯାଇଛି। ସେହିପରି ଫଗୁ ଚୌହ୍ୱାନ ହୋଇଛନ୍ତି ବିହାରର ରାଜ୍ୟପାଳ। ରମେଶ ବଇସ ତ୍ରିପୁରାର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଛନ୍ତି। ଆର ଏନ ରବି ନାଗାଲାଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି। ସେହିପରି ଜଗଦୀପ ଧନଖର ହୋଇଛନ୍ତି ପଶ୍ଚିମବଙ୍ଗର ରାଜ୍ୟପାଳ।

Share

Leave a Reply

Your email address will not be published. Required fields are marked *

four × three =