୨୦୧୯ ପାଇଁ ଘୋଷଣା ହେଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

ଭୁବନେଶ୍ୱର: ୨୦୧୯ ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ଖୁସି ଚଳଚ୍ଚିତ୍ରରେ ଅଭିନୟ କରିଥିବା ସରୋଜ ପରିଡ଼ା ଶ୍ରେଷ୍ଠ ଅଭିନେତା ଭାବେ ମନୋନୀତ ହୋଇଛନ୍ତି । ଖୁସି ଚଳଚ୍ଚିତ୍ରରେ ଅଭିନୟ କରିଥିବା କାବ୍ୟ କିରଣଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଚୟନ କରାଯାଇଛି । ନିର୍ଦ୍ଦେଶକ ନୀଳ ମାଧବ ପଣ୍ଡା  ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ୨୦୧୯ ରାଜ୍ୟ ଚଳଚ୍ଚିତ୍ର ଆୱାର୍ଡ ପ୍ରଦାନ କରାଯିବା ନେଇ ଘୋଷଣା ହୋଇଛି । ଘନଶ୍ୟାମ ମହାପାତ୍ରଙ୍କୁ ଜୟଦେବ ପୁରସ୍କାର ମିଳବ ବୋଲି ଜଣାପଡ଼ିଛି ।

ସେହିପରି କାଲିର ଅତୀତ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ୨୦୧୯ ପୁରସ୍କାର ପାଇଁ ମନୋନୀତ ହୋଇଛି । ଯାହାର ନିର୍ଦ୍ଦେଶନା ଦେଇଛନ୍ତି ନୀଳମାଧବ ପଣ୍ଡା । ସଙ୍ଗୀତକାର ବୈଦ୍ୟନାଥ ମିଶ୍ର ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ପୁରସ୍କାର । ନାୟକର ନାଁ ଦେବଦାସର ର ସଙ୍ଗୀତ ନିର୍ଦ୍ଦେଶନା ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ । ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ଭାବେ ସ୍ୱୟମ୍‌ ପାଢ଼ୀ ମନୋନୀତ ହୋଇଥିବା ବେଳେ ଦୀପ୍ତିରେଖା ପାଢ଼ୀଙ୍କୁ ଶ୍ରେଷ୍ଠ ଗାୟିକା ଭାବେ ମନୋନୀତ କରାଯାଇଛି । ସେହିପରି ଶ୍ରେଷ୍ଠ କାହାଣୀକାର ଭାବେ କପିଳେନ୍ଦ୍ର । ଖୁସି ଚଳଚ୍ଚିତ୍ରର ସଂପାଦନା ପାଇଁ ରାଜେଶ ଦାସଙ୍କୁ ପୁରସ୍କାର ମିଳିବ । ଶ୍ରେଷ୍ଠ ଗୀତିକାର ଅରୁଣ ମନ୍ତ୍ରୀ( ବାପା ତୁମେ ଭାରି ଦୁଷ୍ଟ ) ଏବଂ ଶ୍ରେଷ୍ଠ ଚିତ୍ରଗ୍ରହଣ ପାଇଁ ରବିନ୍ଦ୍ର ବେହେରାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ।

Share

Leave a Reply

Your email address will not be published. Required fields are marked *

six − 3 =