ଧର୍ମେନ୍ଦ୍ରଙ୍କୁ ମହେଶଙ୍କ ଖୋଲା ଚ୍ୟାଲେଞ୍ଜ

ଭୁବନେଶ୍ୱର () କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାଲଲହଡ଼ାରୁ ବିଧାନସଭା ନିର୍ବାଚନ ଲଢ଼ିବା ସଂକେତ ପରେ ଚଳଚଂଚଳ ହୋଇଛି ଅନୁଗୁଳ ରାଜନୀତି । ଧର୍ମେନ୍ଦ୍ରଙ୍କ ଏହି ସଂକେତ ପରେ ତାଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ସ୍ଥାନୀୟ ବିଧାୟକ ମହେଶ ସାହୁ ।

2009ରେ ସେହି ପାଲଲହଡା ଆସନରୁ ଧର୍ମେନ୍ଦ୍ର ପରାଜୟର ସ୍ୱାଦ ଚାଖିଛନ୍ତି । ଏଥର ମଧ୍ୟ ତାଙ୍କୁ ବିଜେଡି ନିଜର ଶକ୍ତି ଦେଖାଇବ ବୋଲି ମହେଶ ଦୃଢତା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ବିଜେପି 2024 ଯାଏଁ ବିଜୟ କଥା ଭୁଲିଯାଉ । 2024 ପରେ ବିଜେପିର ବିଜୟ ନେଇ କଥା ହବା ।

କେବଳ ଏତିକି ନୁହେଁ, ମହେଶ କହିଛନ୍ତି ଯେ, ପକେଟରୁ ଖର୍ଚ୍ଚ କରି ଲଢ଼ିବା ଓ ବସ୍ତାରୁ ଖର୍ଚ୍ଚ କରି ଲଢ଼ିବ ଭିତରେ ତଫାତ ଅଛି । ସେ ପକେଟରୁ ଲଢ଼ୁଛନ୍ତି ଆଉ ଧର୍ମେନ୍ଦ୍ର ବସ୍ତାରୁ ଲଢ଼ୁଛନ୍ତି ।

Share

Leave a Reply

Your email address will not be published. Required fields are marked *

fourteen + six =