7 ବିଧାୟକଙ୍କ ଟିକେଟ କଟିଲା

ଭୁବନେଶ୍ବର () ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ମୁଖ୍ୟମନ୍ତ୍ରୀ 7 ଜଣ ବିଧାୟକଙ୍କ ଟିକେଟ କାଟିଛନ୍ତି । ଜଟଣୀ ବିଧାୟକ ଭାଗିରଥୀ ବଡଜେନା, ରେଙ୍ଗାଲୀ ବିଧାୟକ ରମେଶ ପଟୁଆ, ଜଶିପୁର ବିଧାୟକ ମଙ୍ଗଳ ସିଂହ ମୁଦି, ସାରସକଣା ବିଧାୟକ ଭାଦବ ହାଂସଦା, ଉଦଳା ବିଧାୟକ ଗୋଲକ ନାୟକ, ବଡସାହି ବିଧାୟକ ଗଣେଶ୍ବର ପାତ୍ର, ଭଦ୍ରକ ବିଧାୟକ ଯୁଗଳ କିଶୋର ପଟ୍ଟନାୟକଙ୍କୁ ବିଜେଡି ପ୍ରାର୍ଥୀ କରିନି । ପାରାଦ୍ବୀପ ବିଧାୟକ ଦାମୋଦର ରାଉତ ବିଜେଡିରୁ ବିତାଡିତ ହେବା ପରେ ବିଜେପିରୁ ଏରସମା-ତିର୍ତ୍ତୋଲ ଆସନରୁ ପ୍ରାର୍ଥୀ ହୋଇଛନ୍ତି । ତାଙ୍କ ସ୍ଥାନରେ ତାଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ପ୍ରାର୍ଥୀ କରିଛନ୍ତି ନବୀନ । ସେହିଭଳି ତିର୍ତ୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକ ଜଗତସିଂହପୁର ଲୋକସଭା ଆସନରୁ ପ୍ରାର୍ଥୀ ହେବାରୁ ତାଙ୍କ ସ୍ଥାନରେ ବିଷ୍ଣୁ ଦାସଙ୍କୁ ପ୍ରାର୍ଥୀ କରିଛି ବିଜେଡି ।

Share

Leave a Reply

Your email address will not be published. Required fields are marked *

19 − seven =