ପରଦାକୁ ଆସିଲା ବିଜୁ ବାବୁ

ପରଦାକୁ ଆସିଲା ‘ବିଜୁ ବାବୁ’ । ସିନେମାରେ ନାୟକ ଭାବେ ନଜର ଆସିଛନ୍ତି ଓଲିଉଡ୍ ସୁପରଷ୍ଟାର୍ ଅନୁଭବ ମହାନ୍ତି । ଆଉ ତାଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିଛନ୍ତି ଗର୍ଜିଅସ୍ ବିୟୁଟି ସୁପ୍ରିୟା ନାୟକ । ଏହି ଫିଲ୍ମଟି ପ୍ରଖ୍ୟାତ ବଲିଉଡ୍ ଫିଲ୍ମ ନିର୍ମାତା ନୀଳ ମାଧବ ପଣ୍ଡାଙ୍କ ପ୍ରଥମ ଓଡିଆ ସିନେମା ।

ହାଇ ବଜେଟ୍, ଭରପୁର ଆକ୍ସନ ଓ ଡ୍ରାମା ଏବଂ ସୋସିଆଲ୍ ଆୱାରନେସକୁ ନେଇ ପରଦାକୁ ଆସିଛି ଚଳଚ୍ଚିତ୍ର ବିଜୁ ବାବୁ । ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କୁ ପ୍ରେରଣା ମାନି ଜଣେ ଯୁବକ କିପରି ସମାଜରେ ହେଉଥିବା ଅନ୍ୟାୟ ବିରୋଧରେ ସ୍ୱର ଉଠାଏ ତାହା ଦେଖିବାକୁ ମିଳିଛି ଏହି ସିନେମାରେ । ଆଜିର ସୋସିଆଲ୍ ମିଡିଆ ଯୁଗରେ ଭୁଲ ଖବର ପ୍ରଚାରକୁ କିପରି ରୋକା ଯାଇପାରିବ ତାହା ଦେଖିବାକୁ ମିଳିଛି ଏହି ସିନେମାରେ । ଭୁଲ୍ ଖବର ପ୍ରଚାର ଦ୍ୱାରା ଅନେକ ଲୋକ ଅସୁବିଧାରେ ପଡନ୍ତି ଆଉ କିଛି ଲୋକ ପ୍ରାଣ ବି ହରାନ୍ତି । ଏମିତି ଭୁଲ ଖବର ପ୍ରଚାର ବିରୋଧରେ ସ୍ୱର ଉଠାଏ ବିଜୁ । ଆଉ ଫିଲ୍ମରେ ବିଜୁ ଚରିତ୍ରରେ ନଜର ଆସିଛନ୍ତି ଅଭିନେତା ଅନୁଭବ ମହାନ୍ତି । ଏଥିରେ ଅନୁଭବଙ୍କ ବିପକ୍ଷରେ ନାୟିକା ଭାବେ ସୁପ୍ରିୟା ନାୟକଙ୍କୁ ଦେଖିବାକୁ ମିଳିଛି ।

Share

Leave a Reply

Your email address will not be published. Required fields are marked *

three × 5 =