ବୁଧବାର : କେଉଁ ରାଶି ପାଇଁ କେମିତି କାଟିବ ଆଜିର ଦିନ ଜାଣନ୍ତୁ …

ମେଷ – ଛଅଟି ଗ୍ରହର ପ୍ରଭାବ ଥିବାରୁ, ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ପାଇବା ନିଶ୍ଚିତ । ଅର୍ଥ ସମ୍ପର୍କିତ ସମସ୍ୟା ସୁଧାରି ନେବାର ପ୍ରଯତ୍ନ କରିବା ଦିଗରେ ସଫଳତା ପାଇପାରିବେ ।

ବୃଷ – ମୁଖଭାବରେ ଚତୁଃଗ୍ରହଯୋଗ ଆପଣଙ୍କ ପ୍ରଭାବଶାଳୀ ପ୍ରକାଶଭଙ୍ଗୀ,ପରିଚାଳନା ଦକ୍ଷତାକୁ ବୃଦ୍ଧି କରିବା ସହ ପରିବାରେରେ, କର୍ମକ୍ଷେତ୍ରରେ,ସଭାସମିତିରେ ଆପଣ ବହୁଚର୍ଚ୍ଚିତ ହୋଇପାରନ୍ତି । ଆନିଷ୍ଠାନିକ କାର୍ଯ୍ୟ କରିବେ ।

ମିଥୁନ – ରାଶିରେ ଏକାଧିକ ଗ୍ରହ ଶାରିରୀକ ଓ ମାନସିକ ସ୍ଥିତିକୁ ବିକ୍ଷିପ୍ତ କରାଇପାରନ୍ତି କିନ୍ତୁ ବିବାଦୀୟ ସ୍ଥିତି, ମାଲିମୋକଦ୍ଦମା, ସଙ୍ଗଠନ,ପରିଜନ ସହ ଯାତ୍ରା  କ୍ଷେତ୍ରରେ ସଫଳତା ନିଶ୍ଚିତ । ଜମିଜମା କିମ୍ବା ଗୃହ ସମ୍ପର୍କିତ ସମସ୍ୟାର ସମାଧାନ ଦିଗରେ ସାହାର୍ଯ୍ୟ ମିଳିବ ।

କର୍କଟ – ଦ୍ୱାଦଶସ୍ଥ ଗ୍ରହମାନେ ଆପଣଙ୍କୁ କର୍ମମୁଖର କରାଇ ଅବସର ଦେଇ ନ ପାରନ୍ତି । କାର୍ଯ୍ୟବ୍ୟସ୍ତତା କାରଣରୁ ଆପଣଙ୍କ ବ୍ୟବହାରରେ ରୁକ୍ଷତା ବନ୍ଧୁଙ୍କ ମନ ଦୁଃଖର କାରଣ ହୋଇପାରେ । ସହକର୍ମୀଙ୍କ ସହାୟତାରେ ଅର୍ଥ ସମ୍ପର୍କିତ  ସମସ୍ୟା ଦୂର ହେବ ।

ସିଂହ – ଆଜିର ଅନୁକୁଳ ଗ୍ରହ ସ୍ଥିତି ଆପଣଙ୍କ ପାଇଁ ସୁସ୍ଥ ବାତାବରଣ ସୃଷ୍ଟି କରି ବନ୍ଧୁ ପ୍ରିୟ କରାଇବ । ଆବଶ୍ୟକତା ପୂରଣ ସକାଶେ ଟଙ୍କା ପାଇସା ପାଇଁ କଠିନ ପରିଶ୍ରମ କରିବେ । ସାମ୍ବାଦିକତାରେ ପ୍ରଶଂସିତ ହେବେ ।

କନ୍ୟା – କର୍ମକ୍ଷେତ୍ରରେ ଚଞ୍ଚଳତା ଆସିବ । ବୃହସ୍ପତିଙ୍କ ଭାଗ୍ୟ ସ୍ଥାନକୁ ଦୃଷ୍ଟି ପଡୁଥିବାରୁ ପରିବାର,ବନ୍ଧୁମିଳନ, ସଭାସମିତି, ଆନୁଷ୍ଠାନିକ କାମ ସମ୍ପନ୍ନ କରିବାରେ ସମର୍ଥ ହୋଇପାରନ୍ତି ।  କାର୍ଯ୍ୟରେ ବୁଝି ବିଚାରି କାମ କରିବେ ।

ତୁଳା – ପକ୍ଷୀର ଡେଣା ପରି ଦୁଇ,ତିନି,ନଅ,ଦଶମ ସ୍ଥାନରେ ଗ୍ରହମାନେ ଆପନଙ୍କୁ ଧନ ସମ୍ମାନ,ଉଚ୍ଚ ପଦବୀ ଓ ବିଶିଷ୍ଟ ବନ୍ଧୁମାନଙ୍କ ସଙ୍ଗ ଲାଭ କରିପାରନ୍ତି । କୌଣସି ଜିନିଷ କ୍ରୟ କରିବା ସକାଶେ ଅର୍ଥ ପାଇଁ ଚିନ୍ତା କରିବାକୁ ପଡିବ ନାହିଁ ।

ବିଛା – ଆଜି ଆପନ ମିଶ୍ରିତ ଫଳ ପାଇବେ । ଅଷ୍ଟମଭାବସ୍ଥ ଗ୍ରଗ ପ୍ରଭାବରେ ଅତୀତ ଘଟଣା ମନକୁ ବାରମ୍ବାର ଆଲୋଡିତ କରିବା ଫଳରେ ମନଟା ଭଲ ଲାଗିବ ନାହିଁ । ପାରିବାରିକ ପ୍ରତିରୋଧ ଆପଣଙ୍କ କାମକୁ ଶୃଙ୍ଖଳିତ ରଖିବ ।

ଧନୁ – ଦୂର ଯାତ୍ରା ରେ ଦ୍ୱନ୍ଦ,ବିବାଦରେ ପରାଜୟ,ସ୍ତ୍ରୀଙ୍କ ସ୍ୱାସ୍ଥ୍ୟହାନି ଜନିତ ଚିନ୍ତା ସୃଷ୍ଟିକରେ । କର୍ମାଧିପ ଅଷ୍ଟମସ୍ଥାନରେ ଥିବାରୁ ଅପମାନଜନିତ ବ୍ୟବହାର ମନରେ ଆଘାତ ସୃଷ୍ଟି କରିବ । କାର୍ଯ୍ୟରେ ସମସ୍ୟା ସମାଧାନ କରିପାରିବେ ।

ମକର – ଷଷ୍ଠ ଓ ଦ୍ୱାଦଶସ୍ଥ ଗ୍ରହ ପ୍ରଭାବରୁ ପରୋକ୍ଷ ଶତ୍ରୁତା ,ସ୍ୱାସ୍ଥ୍ୟହାନି ଓ ଅର୍ଥସଙ୍କଟ ମାନସିକ ସ୍ଥିତିକୁ ବିପନ୍ନ କରିବ । କିନ୍ତୁ ତୃତୀୟାଧିପତିଙ୍କ ଶୁଭ ଦୃଷ୍ଟିରୁ ଜଣେ ବନ୍ଧୁଙ୍କ ସାହାର୍ଯ୍ୟରେ ଆଜିର କାମଗୁଡିକ ସୁବିଧାରେ ସମ୍ପନ୍ନ ହୋଇଯିବ ।

କୁମ୍ଭ  – ଆଜିର ଗ୍ରହ ପ୍ରଭାବରେ ଆପଣ ଯେକୌଣସି କ୍ଷେତ୍ରରେ ଠିକ୍ ନିଷ୍ପତ୍ତି ନେବା କଷ୍ଟକର ହୋଇପାରେ । କର୍ମକ୍ଷେତ୍ରରେ ନିଜର ସ୍ଥିତି ସୁଦୃଢ କରିବାରେ ସମର୍ଥ ହେବେ । ନିଜ ଲୋକମାନେ ଯୋତେ ପ୍ରକାର ସମସ୍ୟା ସୃଷ୍ଟିକଲେ ମଧ୍ୟ ଅସୁବିଧା ହେବ ନାହିଁ ।

ମୀନ – ଶାରିରୀକ ସ୍ୱାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିଲେମଧ୍ୟ ଚନ୍ଦ୍ରଙ୍କ ଅଶୁଭତ୍ୱ ଯୋଗୁ ମାନସିକ ସୁସ୍ଥତା ରହି ନ ପାରେ । ପରିବାରରେ ସନ୍ତାନମାନଙ୍କ ବିଶୃଙ୍ଖଳିତ ଆଚରଣ ସମସ୍ୟାର କାରଣ ହୋଇପାରେ ।

Share

Leave a Reply

Your email address will not be published. Required fields are marked *

twelve + 5 =