ଅଭିନେତ୍ରୀ ଉଷସୀ ମିଶ୍ର କୋଭିଡ଼ ପଜିଟିଭ୍

ଭୁବନେଶ୍ୱର:ଜଣାଶୁଣା ଓଲିଉଡ଼ ଅଭିନେତ୍ରୀ ଉଷସୀ ମିଶ୍ର କୋଭିଡ଼୍-୧୯ ପରୀକ୍ଷା କରିଥିଲେ। ଇନଷ୍ଟାଗ୍ରାମରେ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଉଷସୀ କହିଛନ୍ତି, ଜ୍ୱର ହେବା ପରେ ସେ ଆରଟିପିସିଆର ପରୀକ୍ଷା ପାଇଁ ଯାଇଥିଲେ। ମଙ୍ଗଳବାର ରିପୋର୍ଟ ପାଇବା ପରେ ସେ ପଜିଟିଭ ଥିବା ଜାଣିଥିଲେ।

ଗତ ୧୦ଦିନ ମଧ୍ୟରେ ତାଙ୍କ ସହ ଯୋଗାଯୋଗ କରିଥିବା ଲୋକମାନେ ନିଜକୁ ଯାଞ୍ଚ କରିବା ପାଇଁ ଅନୁରୋଧ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମସ୍ତେ ନିଜ ନିଜର ଯତ୍ନ ନିଅ ଏବଂ ମୁଁ ମୋର ଯତ୍ନ ନେବି।

Share

Leave a Reply

Your email address will not be published. Required fields are marked *

1 × 4 =