୪ ଜିଲ୍ଲାକୁ ଭୀଷଣ ବଜ୍ରପାତ

ଭୁବନେଶ୍ୱର()  ଆଜି ରାଜ୍ୟର ୪ ଜିଲ୍ଲାକୁ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଜିଲ୍ଲାଗୁଡିକ ହେଲା ଢେଙ୍କାନାଳ, ଅନୁଗୁଳ, ଗଜପତି ଓ କେନ୍ଦୁଝର । ଏଥିପାଇଁ ସତର୍କ ରହିବାକୁ ପାଣିପାଗ ବିଭାଗ ପରାର୍ମଶ ଦେଇଛି ।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ତେଲକୋଇ, ବାଂଶପାଳ, ପାଲଲହଡ଼ା, ଲହୁଣିପଡ଼ା, ବାରକୋଟ, ପାଟଣା, ଘଟଗାଁ, ଆନନ୍ଦପୁର, ଓ କଙ୍କଡ଼ାହାଡ଼ରେ ଭୀଷଣ ବଜ୍ରପାତ ହେବାର ସମ୍ଭାବନା ରହିଛି । ସେହିପରି ଆର୍.ଉଦୟଗିରି, ମୋହନା, ସାନଖେମୁଣ୍ଡି, ଦିଗପହଣ୍ଡି, କୁତ୍ରା, ବଡ଼ଗାଁ, ସୁକିନ୍ଦା, ହରିଚନ୍ଦନପୁର, ଭୁବନ, କାମାକ୍ଷାନଗର, ପର୍ଜଙ୍ଗ, ତାଳଚେର, କଣିହାଁ, ରିଆମାଳ, ତିଲେଇବଣି, ନାକଟିଦେଉଳ, ଓଡ଼ାପଡ଼ା, ପାତ୍ରପୁର ଓ ଚିକିଟିରେ ସତର୍କ ରହିବାକୁ ପାଣିପାଗ ବିଭାଗ ପରାର୍ମଶ ଦେଇଛି ।

Share

Leave a Reply

Your email address will not be published. Required fields are marked *

three × four =