କରୋନା ନେଲା ଆଉ ୪ ଜୀବନ

ଭୁବନେଶ୍ୱର() ଆଜି ଗୋଟିଏ ଦିନରେ ସର୍ବାଧିକ ୫୭୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ୪ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ୩ ଜଣ ଗଞ୍ଜାମର ହୋଇଥିବା ବେଳେ ଜଣେ କଟକର ବୋଲି ଜଣାପଡିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ମୃତକଙ୍କ ମଧ୍ୟରୁ ଜଣେ ଗଞ୍ଜାମ ଜିଲ୍ଲାର ୭୦ ବର୍ଷୀୟ ବୃଦ୍ଧ ଅଛନ୍ତି । ସେ କରୋନା ସହିତ ଡାଇବେଟିସରେ ପୀଡିତ ଥାଇ ଚିକିତ୍ସିତ ହେଉଥିଲେ ।

ଗଞ୍ଜାମର ଆଉ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କର କରୋନା ଜନିତ ମୃତ୍ୟୁ ଘଟିଛି । ସେ ମଧ୍ୟ ଡାଇବେଟିସରେ ପୀଡିତ ଥିଲେ । ସେହିପରି ଗଞ୍ଜାମର ଜଣେ ୫୩ ବର୍ଷୀୟ ପୁରୁଷଙ୍କର କରୋନା ଜନିତ ମୃତ୍ୟୁ ଘଟିଛି ।

ଅନ୍ୟପଟେ କଟକ ଜିଲ୍ଲାର ଜଣେ ୪୮ ବର୍ଷୀୟ ପୁରୁଷଙ୍କର କରୋନା ଜନିତ ମୃତ୍ୟୁ ଘଟିଛି । ସେ ଉଭୟ ଡାଇବେଟିସ ଓ ଲିଭର ଜନିତ ରୋଗରେ ପୀଡିତ ଥିବା ଜଣାପଡିଛି ।

Share

Leave a Reply

Your email address will not be published. Required fields are marked *

four × five =