ହାତ ଧରିଲେ ଶରଦ ଯାଦବଙ୍କ ଝିଅ

ପାଟନା()  ବିହାର ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ଯୋଗ ଦେଇଛନ୍ତି ଶରଦ ଯାଦବଙ୍କ ଝିଅ । ଲୋକତାନ୍ତ୍ରିକ ଜନତା ଦଳର ସଭାପତି ଶରଦ ଯାଦବଙ୍କ ଝିଅ ଶୁଭାଶିନୀ ରାଜ ରାଓ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି । ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଶୁଭାଶିନୀ କଂଗ୍ରେସରେ ଯୋଗ ଦେଇଛନ୍ତି । ଶୁଭାଶିନୀଙ୍କ ସହିତ ଅନ୍ୟତମ ସାଂସଦ କାଳୀ ପାଣ୍ଡେ ମଧ୍ୟ କଂଗ୍ରେସରେ ସାମିଲ ହୋଇଛନ୍ତି । ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଏବଂ ମହାସଚିବ ପ୍ରିୟଙ୍କା ଗାନ୍ଦୀ ଭଦ୍ରାଙ୍କ ଉପସ୍ଥିତିରେ ୁଭୟ ଦଳରେ ଯୋଗ ଦେଇଥିଲେ । ଉଭୟ ନେତା ଆଗାମୀ ବିହାର ବିଧାନସଭାରେ ପ୍ରତିଦ୍ୱନ୍ଦିତା କରିବାର ସମ୍ଭାବନା ରହିଛି । ଊଲ୍ଲେଖଯୋଗ୍ୟ ଯେ, ସ୍ୱାସ୍ଥ୍ୟଗତ ଅସୁବିଧା କାରଣରୁ ଶରଦ ଯାଦବ ଚଳିତ ବିଧାନସଭା ନିର୍ବାଚନରୁ ଦୂରେଇ ରହିଛନ୍ତି ।

Share

Leave a Reply

Your email address will not be published. Required fields are marked *

two × one =