ଆଜି ଶ୍ରୀମନ୍ଦିରରେ ନବଯୌବନ ଦର୍ଶନ ବା ନେତ୍ରୋତ୍ସବ

ପୁରୀ() ଆଜି ଶ୍ରୀମନ୍ଦିରରେ ନବଯୌବନ ଦର୍ଶନ ବା ନେତ୍ରୋତ୍ସବ । ଦୀର୍ଘ ୧୫ ଦିନ ଧରି ଅନବସରରେ ରହିବା ପରେ ଆଜି ମହାପ୍ରଭୁ ରତ୍ନସିଂହାସନରେ ଦର୍ଶନ ଦେବେ । ତେବେ କେଳବ ସେବାୟତମାନେ ଏହି ଦର୍ଶନ କରିପାରିବେ । ଆଜି ମହାପ୍ରଭୁଙ୍କ ବନକଲାଗି ତଥା ମୃଖଶିଂଖାର ନୀତି ଦତ୍ତମହାପାତ୍ର ମାନେ କରିବା ପରେ ଅପରାହ୍ନରେ ଦଶବତାର ଠାକୁରଙ୍କ ବାହୁଡାବିଜଜେ ଅନୁଷ୍ଠିତ ହେବ ।

ଅପରାହ୍ନରେ ତାଟି ଫିଟିବା ପରେ ମହାପ୍ରଭୁଙ୍କ ଦର୍ଶନ ହେବ । ତେବେ ମହାପ୍ରଭୁଙ୍କ ଅନ୍ୟ ସମସ୍ତ ନୀତି ଜାରି ରହିବା ସହ ସୂର୍ଯ୍ୟୋପରାଗ ପାଇଁ ରାତି ରାତି ୧୦ଟା ୩୮ରୁ ନୀତି ବନ୍ଦ କରାଯିବ । ଆସନ୍ତାକାଲି ୧୦ଟା ୩୭ରେ ଗ୍ରହଣ ସ୍ପର୍ଶ ପରେ ମହାପ୍ରଭୁଙ୍କ ସମସ୍ତ ନୀତି ପୁଣି ଆରମ୍ଭ ହେବ । ତେବେ ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ମହାପ୍ରଭୁଙ୍କ ଏହି ଦର୍ଶନ ସର୍ବସାଧାରଣଙ୍କ ପାଇଁ ବନ୍ଦ କରାଯାଇଛି ।

 

Share

Leave a Reply

Your email address will not be published. Required fields are marked *

14 + thirteen =