ଲୋକସଭା ନିର୍ବାଚନ ଲଢ଼ିପାରିବେନି ହାର୍ଦ୍ଦିକ : ହାଇକୋର୍ଟ

କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିପାରିବେ ନାହିଁ । ଗୁଜରାଟ ହାଇକୋର୍ଟ ଦଙ୍ଗା ଭିଆଇବା ମାମଲାରେ ହାର୍ଦ୍ଦିକଙ୍କୁ ସଜା କାଟିବା ପାଇଁ ମନା କରିଦେଇଛନ୍ତି । ହାର୍ଦ୍ଦିକଙ୍କୁ ମେହସଣାର ବିସନଗରରେ ଦଙ୍ଗା କରାଇଥିବା ମମାଲାରେ ୨ ବର୍ଷର ଦଣ୍ଡବିଧାନ ହୋଇଥିଲି ଏବଂ କୋର୍ଟ ପୂର୍ବରୁ ତାଙ୍କୁ ଜାମିନ ଦେଇଥିଲା ।

ତେବେ ନିର୍ବାଚନ ଲଢ଼ିବା ପାଇଁ ଏକ ମାମଲା ଦାଏର କରିଥିଲେ ହାର୍ଦ୍ଦିକ । ଗୁଜରାଟ ହାଇକୋର୍ଟରେ ଦଣ୍ଡବିଧାନ ଶେଷ କରିବା ପାଇଁ ମାମଲା ଦାଏର କରଥିଲେ ହାର୍ଦ୍ଦିକ ପଟେଲ । ଏହି ମାମଲାର ଶୁଣାଣି ହୋଇଯାଇଛି । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏବେ ହାର୍ଦ୍ଦିକଙ୍କ ନିର୍ବାଚନ ଲଢ଼ିବା ଉପରେ ରୋକ ଲଗାଇ ଦିଆଯାଇଛି । ନିକଟରେ କଂଗ୍ରେସରେ ସାମଲି ହୋଇଥିଲେ ପଟିଦାର ନେତା ହାର୍ଦ୍ଦିକ ପଟେଲ । ଗୁଜରାଟର ଜାମନଗରରୁ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା ।

Share

Leave a Reply

Your email address will not be published. Required fields are marked *

3 × five =