ମହିଳାଙ୍କୁ ସାହାର୍ଯ୍ୟ କରିବା ବାହାନାରେ ଦୁଷ୍କର୍ମ କଲେ ପୋଲିସ ବାବୁ

ଜୟପୁର: ଦେଶରେ ଥମିବାର ନାଁ ଧରୁନି ଲଜ୍ଜା । ଆଇନ ରକ୍ଷକ ସାଜିଛି ଭକ୍ଷକ । ସାଧାରଣ ଜନତାଙ୍କ ଧନ ଜୀବନକୁ ରକ୍ଷା କରିବାକୁ ରହିଥିବା ପୋଲିସବାବୁ ସାହାର୍ଯ୍ୟ କରିବା ବାହାନାରେ ମହିଳାଙ୍କୁ ଦୁଷ୍କର୍ମ କରିଛନ୍ତି । ରାଜସ୍ଥାନ ପାଲି ଅଞ୍ଚଳରୁ ଆସିଛି ଏଭଳି ଖବର । ଅଭିଯୁକ୍ତ ଅଜୟପାଲ ଭାକାଲକୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି । ଅଟକ ରହିଥିବା ପୋଲିସ ବାବୁ ଜଣକ ଜଣେ କାର୍ଯ୍ୟରତ କନେଷ୍ଟବଳ । ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ପିଡିତା ମହିଳା ତାଙ୍କର ଜଣେ ପଡୋଶୀଙ୍କ ସହ ଝଗଡ଼ା ହୋଇଥିଲା । ତେବେ ମାମଲା ଲାଗି ଥାନାକୁ ଯାଇଥିଲେ । ତେବେ ସେଠାରେ କନେଷ୍ଟବଳ ଅଜୟପାଲ ତାଙ୍କୁ ସହଯୋଗ କରିବା ଲାଗି ପ୍ରତିଶ୍ରୃତି ଦେଇଥିଲେ । ଏହାପରେ କେସ ବିଷୟରେ କଥା ହେବାକୁ ଏକ ହୋଟେଲକୁ ଡାକିଥିଲେ । ସେଠାରେ ତାଙ୍କୁ ୧୯ଦିନ ରଖି ଦୁଷ୍କର୍ମ କରିଥିଲେ । ତେବେ ମହିଳା ଜଣକ ସେଠାରୁ ଖସି ଆସି ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଭଅିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ବନ୍ଧାହେଲେ ଦୁଷ୍କର୍ମକାରୀ ପୋଲିସ କର୍ମଚାରୀ

Share

Leave a Reply

Your email address will not be published. Required fields are marked *

fifteen − 6 =