ଆଜି ଆଉ ୩୬୪୫ କରୋନା ପଜିଟିଭ୍, ୧୪୯୪ ଲୋକାଲ କେସ

ଭୁବନେଶ୍ବର() ୨୪ ଘଣ୍ଟା ମଧ୍ୟରେ ୩୬୪୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୮୬୫୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୧୫୧ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୪୯୪ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୩୯ଜଣ , ବାଲେଶ୍ୱର ଜିଲ୍ଲାରୁ ୧୩୦ଜଣ, , ଭଦ୍ରକ ଜିଲ୍ଲାରୁ ୫୩ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୯୭ଜଣ, ବୌଦ୍ଧ ଜିଲ୍ଲାରୁ ୩୦ଜଣ, କଟକ ଜିଲ୍ଲାରୁ ୩୫୭ଜଣ, ଦେଓଗଡ଼ ଜିଲ୍ଲାରୁ ୧୫ଜଣ, ଢେଙ୍କାନାଳ ଜିଲ୍ଲାରୁ ୬୮ଜଣ, ଗଜପତି ଜିଲ୍ଲାରୁ ୯ଜଣ, ଗଞ୍ଜାମ ଜିଲ୍ଲାରୁ ୪୪ଜଣ, ଜଗତସିଂହପୁର ଜିଲ୍ଲାରୁ ୯୭ଜଣ, ଯାଜପୁର ଜିଲ୍ଲାରୁ ୧୫୬ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୯୫ଜଣ, କଳାହାଣ୍ଡି ଜିଲ୍ଲାରୁ ୯୩ଜଣ. କନ୍ଧମାଳ ଜିଲ୍ଲାରୁ ୭୮ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୪୩ଜଣ, କେନ୍ଦୁଝର ଜିଲ୍ଲାରୁ ୬୩ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୧୭ଜଣ, କୋରାପୁଟ ଜିଲ୍ଲାରୁ ୯୯ଜଣ, ମାଲକାନଗିରି ଜିଲ୍ଲାରୁ ୨୨ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୩୭ଜଣ, ନବରଙ୍ଗପୁର ଜିଲ୍ଲାରୁ ୯୦ଜଣ, ନୟାଗଡ଼ ଜିଲ୍ଲାରୁ ୩୮ଜଣ, ନୂଆପଡ଼ା ଜିଲ୍ଲାରୁ ୯୦ଜଣ, ପୁରୀ ଜିଲ୍ଲାରୁ ୨୪୬ଜଣ, ରାୟଗଡ଼ା ଜିଲ୍ଲାରୁ ୭୯ଜଣ, ସମ୍ବଲପୁର ଜିଲ୍ଲାରୁ ୧୨୭ଜଣ, ସୋନପୁର ଜିଲ୍ଲାରୁ ୯୯ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୮୪ଜଣ, ଷ୍ଟେଟ ପୁଲ୍‌ରୁ ୨୧୮ଜଣ ରହିଛନ୍ତି ।

Share

Leave a Reply

Your email address will not be published. Required fields are marked *

3 × four =